୩୧ ଜାନୁୟାରୀ, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କ ପାଇଁ ରହିଛି ବନ୍ଧୁ ଦର୍ଶନ ଯୋଗ

ମେଷ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲରେ କଟିବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ରାଜନୀତି କ୍ଷେତ୍ରରେ ସମ୍ମାନୀତ ହେବେ। ବୃଷ: ଶାସନରେ ଥିବା ଲୋକଙ୍କ ସହିତ ସମ୍ପର୍କ ବଢ଼ିବ। କୌଣସି ଜରୁରୀ କାମରେ ଯାତ୍ରା କରିପରନ୍ତି। ଆପଣଙ୍କର ସମସ୍ତ କାମ ନିର୍ଦ୍ଦିଷ୍ଟ ସମୟରେ ସାରନ୍ତୁ। ଘରକୁ ବନ୍ଧୁଙ୍କ ଆଗମନ ଯୋଗ ରହିଛି। ମିଥୁନ: ଧୈର୍ଯ୍ୟର ସହ କାମ କରନ୍ତୁ, ସଫଳ ହେବେ। ରାଜନୈତିକ ସମ୍ପର୍କରୁ ସ୍ଥଗିତ ଥିବା କାମ […]

zodaic

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 06:53 AM IST

ମେଷ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲରେ କଟିବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ରାଜନୀତି କ୍ଷେତ୍ରରେ ସମ୍ମାନୀତ ହେବେ।

ବୃଷ: ଶାସନରେ ଥିବା ଲୋକଙ୍କ ସହିତ ସମ୍ପର୍କ ବଢ଼ିବ। କୌଣସି ଜରୁରୀ କାମରେ ଯାତ୍ରା କରିପରନ୍ତି। ଆପଣଙ୍କର ସମସ୍ତ କାମ ନିର୍ଦ୍ଦିଷ୍ଟ ସମୟରେ ସାରନ୍ତୁ। ଘରକୁ ବନ୍ଧୁଙ୍କ ଆଗମନ ଯୋଗ ରହିଛି।

ମିଥୁନ: ଧୈର୍ଯ୍ୟର ସହ କାମ କରନ୍ତୁ, ସଫଳ ହେବେ। ରାଜନୈତିକ ସମ୍ପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ବ୍ୟବସାୟରେ ଲାଭ ହେବ। ଜୀବନସାଥୀଙ୍କ କୌଣସି କଥାକୁ ନେଇ ନାରାଜ ହୋଇପାରନ୍ତି।

କର୍କଟ: ବ୍ୟବସାୟରେ ପରିବର୍ତ୍ତନ ଦ୍ୱାରା ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ହେବ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ପାଇଁ ଦିନଟି ଭଲ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ।

ସିଂହ: ପୂଜାର୍ଚ୍ଚନାରେ ଏକାଗ୍ରତା ଅନୁଭବ କରିବେ। ଶୁଭ ସୂଚନା ପାଇ ଖୁସି ରହିବେ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ।

କନ୍ୟା: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଆପଣଙ୍କ କାର୍ଯ୍ୟରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଘରେ ପୁଣ୍ୟକାର୍ଯ୍ୟ ହେବ।

ତୁଳା: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବନ୍ଧୁବର୍ଗଙ୍କ ସାହାଯ୍ୟ ସହଯୋଗ ପାଇବେ। ସାମାଜିକ ପରିଧି ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ନୂଆ ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

ବିଛା: ଆପଣଙ୍କ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ବୃତ୍ତିରୁ ଆଶାନୁରୂପ ଫଳ ପାଇବେ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

ଧନୁ: ନୂଆ ଚାକିରି ମିଳିବାର ଯୋଗ ରହିଛି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଅଚାନକ ଧନଲାଭ ଯୋଗ ରହିଛି।

ମକର: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଦୁଃସାହସିକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ। ମାନ-ସମ୍ମାନ ପାଇବେ।

କୁମ୍ଭ: ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କଠାରୁ କଡ଼ା କଥା ଶୁଣିବାକୁ ପଡ଼ିପାରେ। ଆୟ ବ୍ୟୟର ସନ୍ତୁଳନ ବଜାୟ ରହିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

ମୀନ: ସାହସ ବଜାୟ ରଖନ୍ତୁ, ଆଜି ଆପଣଙ୍କୁ ଅଧିକତର କାମରେ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତି ହେବ। ବନ୍ଧୁଙ୍କ ସହିତ ସଂପର୍କ ନିବିଡ଼ ହେବ। କୌଣସି ନୂଆ ଚାକିରିର ପ୍ରସ୍ତାବ ପାଇପାରନ୍ତି।

Related story