୧୦ ଜାନୁୟାରୀ, ବୁଧବାର: ଜାଣନ୍ତୁ କେଉଁ ରାଶି ପାଇଁ ବ୍ୟବସାୟରେ ଉନ୍ନତି ଯୋଗ ରହିଛି

ମେଷ: ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। କର୍ତ୍ତୃପକ୍ଷ ଆପଣଙ୍କର ପଦୋନ୍ନତି ପାଇଁ ବିଚାର କରିବେ। ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ବୃଷ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ଚାକିରିଆଙ୍କର ଦରମା ବଢ଼ିପାରେ। ମିଥୁନ: ଧର୍ମ କରନ୍ତୁ, ଲାଭ ମିଳିବ। ବାରମ୍ବାର ଯୋଜନା ପରିବର୍ତ୍ତନ କରୁଥିବା ବ୍ୟକ୍ତି ଅଶାନ୍ତିରେ ରହିବେ। ଭାଗୀଦାରିଙ୍କ ସହିତ ଉତ୍ତମ ବୁଝାମଣା ରଖନ୍ତୁ। କର୍କଟ: ଆପଣଙ୍କ […]

zodaic-1-3-768x401-1-1-1-1-1-2-1-1-1-1-2-1-1-1-3-1-1-1-1

Rakesh Mallick
  • Published: Wednesday, 10 January 2018
  • , Updated: 10 January 2018, 10:37 PM IST

ମେଷ: ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। କର୍ତ୍ତୃପକ୍ଷ ଆପଣଙ୍କର ପଦୋନ୍ନତି ପାଇଁ ବିଚାର କରିବେ। ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ।

ବୃଷ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ଚାକିରିଆଙ୍କର ଦରମା ବଢ଼ିପାରେ।

ମିଥୁନ: ଧର୍ମ କରନ୍ତୁ, ଲାଭ ମିଳିବ। ବାରମ୍ବାର ଯୋଜନା ପରିବର୍ତ୍ତନ କରୁଥିବା ବ୍ୟକ୍ତି ଅଶାନ୍ତିରେ ରହିବେ। ଭାଗୀଦାରିଙ୍କ ସହିତ ଉତ୍ତମ ବୁଝାମଣା ରଖନ୍ତୁ।

କର୍କଟ: ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ଆୟ ବଢ଼ିବା ହେତୁ ମନ ଖୁସି ରହିବ।

ସିଂହ: ଆଜି ଆପଣ ଯାହା ବି କାମ କରିବେ, ଲାଭ ପାଇବେ। ବ୍ୟବସାୟରେ ବିସ୍ତାର ପାଇଁ ବିଚାର କରନ୍ତୁ। ନୂଆ ବନ୍ଧୁତା ସୃଷ୍ଟି ହେବ।

କନ୍ୟା: ଉଦ୍ୟୋଗରେ ଠିକ ସମୟରେ ସଠିକ ନିର୍ଣ୍ଣୟ ନେବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢ଼ିବ। ରାଜ୍ୟ ବାହାରକୁ ଯିବାର ସୁଯୋଗ ଅଛି।

ତୁଳା: ଚାକିରିରେ ଥିବା ଓ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭକାରୀ । ଆର୍ଥିକ ସ୍ଥିତି ବିଶେଷ ରୂପେ ମଜଭୁତ ହେବ।

ବିଛା: ଯେଉଁ କାମରେ ଯିବେ ସଫଳତା ପାଇବେ। ନୂଆ କାରବାରରେ ନିବେଶ ପାଇଁ ବିଚାର କରନ୍ତୁ। ଭାଇଭଉଣୀଙ୍କ ସହିତ ସମୟ ଭଲରେ କଟିବ।

 ଧନୁ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ।

 ମକର: ମତଭେଦ ଦୂର ହେବ। ଆମଦାନିର ନୂଆ ରାସ୍ତା ଉନ୍ମୁକ୍ତ ହେବ। ଅଫିସ୍‌ରେ ଶାନ୍ତିର ବାତାବରଣ ରହିବ।

 କୁମ୍ଭ: ଆତ୍ମସମୀକ୍ଷା କରନ୍ତୁ । ବ୍ୟବସାୟରେ ନୂଆ ଚୁକ୍ତିପତ୍ର କରିବେ। ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ।

 ମୀନ: ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳିବ। କୌଣସି ବଡ଼ ସଉଦା ହୋଇପାରେ। ଚାକିରିଆଙ୍କର ମନୋକାମନା ପୂରା ହେବ।

 

Related story