ଏଟି ଚିଟ୍‌ଫଣ୍ଡ୍‌ ମାମଲା; ୨୧ ଜଣଙ୍କ ନାଁରେ ହୋଇପାରେ ଚାର୍ଜଫ୍ରେମ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ କଂପାନୀ ମୁଖ୍ୟ ପ୍ରଦୀପ ସେଠୀ ପରେ ଅନ୍ୟ ୨୧ ଜଣ ଅଭିଯୁକ୍ତଙ୍କ ନାଁରେ ଆଜି ସିବିଆଇ କୋର୍ଟରେ ହୋଇପାରେ ଚାର୍ଜଫ୍ରେମ୍‌। ଏଥିରେ କିଛି ରାଜନେତା, ବିଧାୟକ, ବ୍ୟବସାୟୀଙ୍କ ସହ ଗଣମାଧ୍ୟମ ମାଲିକ ଅଛନ୍ତି। ଯଦି ଚାର୍ଜ ଫ୍ରେମ୍‌ ହେଲା ତାହାହେଲେ ଖୁବ୍‌ଶୀଘ୍ର ମାମଲାର ଶୁଣାଣି ହେବ। ଗତକାଲି ଭୁବନେଶ୍ୱର ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟ ପ୍ରଦୀପଙ୍କୁ ୭ ‍ବର୍ଷ ଓ କମ୍ପାନୀର ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ୪ବର୍ଷ […]

at

Rakesh Mallick
  • Published: Friday, 07 April 2017
  • , Updated: 07 April 2017, 08:38 AM IST

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ କଂପାନୀ ମୁଖ୍ୟ ପ୍ରଦୀପ ସେଠୀ ପରେ ଅନ୍ୟ ୨୧ ଜଣ ଅଭିଯୁକ୍ତଙ୍କ ନାଁରେ ଆଜି ସିବିଆଇ କୋର୍ଟରେ ହୋଇପାରେ ଚାର୍ଜଫ୍ରେମ୍‌। ଏଥିରେ କିଛି ରାଜନେତା, ବିଧାୟକ, ବ୍ୟବସାୟୀଙ୍କ ସହ ଗଣମାଧ୍ୟମ ମାଲିକ ଅଛନ୍ତି। ଯଦି ଚାର୍ଜ ଫ୍ରେମ୍‌ ହେଲା ତାହାହେଲେ ଖୁବ୍‌ଶୀଘ୍ର ମାମଲାର ଶୁଣାଣି ହେବ।

ଗତକାଲି ଭୁବନେଶ୍ୱର ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟ ପ୍ରଦୀପଙ୍କୁ ୭ ‍ବର୍ଷ ଓ କମ୍ପାନୀର ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ୪ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇ ଥିଲେ। ଏଥିସହ ପ୍ରଦୀପଙ୍କୁ ୩୦,୦୦୦ ଓ ମନୋଜଙ୍କୁ  ୧୦,୦୦୦ ଟଙ୍କା ଲେଖାଏଁ ଜରିମାନା କରିଥିଲେ। ୨୫୦ କୋଟି ଟଙ୍କା ଜମା କରିବାକୁ ଏଟି ଗ୍ରୁପ୍‌କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଟଙ୍କା ଟଙ୍କା ଜମା ନକଲେ ସମ୍ପତ୍ତି ଆଟାଚ କରାଯିବ ବୋଲି କୋର୍ଟ କହିଥିଲେ।

Related story