ଏଟି ଲିଙ୍କ: ଗିରଫ ପରେ ରଜତଙ୍କୁ ନିଲମ୍ବନ କଲା କଂଗ୍ରେସ

ଭୁବନେଶ୍ୱର: ଅର୍ଥ ତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ଲିଙ୍କରେ ଆଜି ଗିରଫ ହେବା ପରେ ଯୁବ କଂଗ୍ରେସର ରାଜ୍ୟ ସଭାପତି ରଜତ ଚୌଧୁରୀ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି।ତାଙ୍କୁ ରାଷ୍ଟ୍ରୀୟ ଯୁବ କଂଗ୍ରେସ ନିଲମ୍ବିତ କରିଥିବା ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ। ଅନ୍ୟପକ୍ଷରେ ତାଙ୍କ ଭୁବନେଶ୍ୱରସ୍ଥିତ ଘରେ ସିବିଆଇ ଚଢାଉ ଜାରି ରଖିଥିବା ବେଳେ ଗିରଫ ପ୍ରତିବାଦରେ ସିବିଆଇ କାର୍ଯ୍ୟଳୟ ସମ୍ମୁଖରେ ତାଙ୍କ ସମର୍ଥକମାନେ ଟାୟାର ପୋଡା ଜଳା କରିବା […]

odisha reporter

Rakesh Mallick
  • Published: Monday, 04 July 2016
  • , Updated: 05 July 2016, 02:00 PM IST

ଭୁବନେଶ୍ୱର: ଅର୍ଥ ତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ଲିଙ୍କରେ ଆଜି ଗିରଫ ହେବା ପରେ ଯୁବ କଂଗ୍ରେସର ରାଜ୍ୟ ସଭାପତି ରଜତ ଚୌଧୁରୀ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି।ତାଙ୍କୁ ରାଷ୍ଟ୍ରୀୟ ଯୁବ କଂଗ୍ରେସ ନିଲମ୍ବିତ କରିଥିବା ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ।

ଅନ୍ୟପକ୍ଷରେ ତାଙ୍କ ଭୁବନେଶ୍ୱରସ୍ଥିତ ଘରେ ସିବିଆଇ ଚଢାଉ ଜାରି ରଖିଥିବା ବେଳେ ଗିରଫ ପ୍ରତିବାଦରେ ସିବିଆଇ କାର୍ଯ୍ୟଳୟ ସମ୍ମୁଖରେ ତାଙ୍କ ସମର୍ଥକମାନେ ଟାୟାର ପୋଡା ଜଳା କରିବା ସହ ନାରାବାଜୀ କରିଥିଲେ।

ରଜତଙ୍କ ବ୍ୟତୀତ ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ। ଯାଇଥିବା ବେଳେ ତାଙ୍କ କଟକ ପିଠାପୁର ସ୍ଥିତ ଘରେ ସିବିଆଇ ଚଢାଉ ଜାରି ରଖିଛି।

ଆଜି ଝାରପଡା ଜେଲରେ ଏଟି ଗ୍ରୁପ ମୁଖ୍ୟ ପ୍ରଦୀନ ସେଠୀଙ୍କୁ ଜେରା କରିବା ପରେ ସିବିଆଇ ଉଭୟଙ୍କୁ ଆଜି ଗିରଫ କରିଥିଲେ।

ପୂର୍ବରୁ ମଧ୍ୟ ଏପ୍ରିଲ ମାସରେ ରଜତ ଚୌଧୁରୀଙ୍କୁ ଜେରା କରିଥିଲା ସିବିଆଇ। ଅର୍ଥତତ୍ତ୍ୱର ଜମି କିଣାବିକା ମାମଲାରେ ମଧ୍ୟସ୍ଥିତା କରୁଥିବା ଅଭିଯୋଗରେ ସେ ପୂର୍ବରୁ ଜେରାର ସମ୍ମୁଖୀନ ହୋଇଥିଲେ। ଜେରା ସମୟରେ ଜମି କିଣାବିକାରେ ଆଉ କେଉଁମାନେ ସମ୍ପୃକ୍ତ ଥିଲେ, କୌଣସି ରାଜନେତା କିମ୍ବା ପ୍ରଶାସନିକ କର୍ମଚାରୀଙ୍କ ହାତ ରହିଛି କି ନାହିଁ।  ଅର୍ଥତତ୍ତ୍ୱ ଏଥିରେ କେଉଁଠୁ ଟଙ୍କା ଆଣି ବିନିଯୋଗ କରୁଥିଲା ଏସବୁ ତଥ୍ୟ ଜାଣିବାକୁ ଅଧିକ ଖୋଳତାଡ ଜାରି ରଖିଛି ସିବିଆଇ।

Related story