ଆଉ ଏକ ‘ନିର୍ଭୟା’: ଆଠଗଡ଼ରେ ଯୁବତୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ୨ ହତ୍ୟାକରୀ ଗିରଫ

ଆଠଗଡ଼: ଆଠଗଡ଼ରେ ଯୁବତୀଙ୍କୁ ହତ୍ୟା ଘଟଣାର ଫର୍ଦ୍ଦାଫାସ୍‌ ହୋଇଛି। ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେ ପକାଇ ଦେଉଥିବା ଏହି ଘଟଣାରେ ବସ୍‌ରେ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଯୁବତୀଙ୍କ ମୃତଦେହକୁ ଅଭିଯୁକ୍ତ ମହାନଦୀ ପୋଲ  ଉପରୁ ତଳକୁ  ଠେଲି ଦେଇଥିଲେ। ଘଟଣାର ତଦନ୍ତ କରି ଏଭଳି ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ କଟକ ପୋଲିସ୍‌ ଜାଣିବାକୁ ପାଇଛି ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବସ୍ ଡ୍ରାଇଭର ସନ୍ତୋଷ ସାହୁ ଓ କଣ୍ଡକ୍ଟର […]

athagarh-murder

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 09:11 PM IST

ଆଠଗଡ଼: ଆଠଗଡ଼ରେ ଯୁବତୀଙ୍କୁ ହତ୍ୟା ଘଟଣାର ଫର୍ଦ୍ଦାଫାସ୍‌ ହୋଇଛି। ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେ ପକାଇ ଦେଉଥିବା ଏହି ଘଟଣାରେ ବସ୍‌ରେ ଜଣେ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଯୁବତୀଙ୍କ ମୃତଦେହକୁ ଅଭିଯୁକ୍ତ ମହାନଦୀ ପୋଲ  ଉପରୁ ତଳକୁ  ଠେଲି ଦେଇଥିଲେ। ଘଟଣାର ତଦନ୍ତ କରି ଏଭଳି ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ କଟକ ପୋଲିସ୍‌ ଜାଣିବାକୁ ପାଇଛି ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବସ୍ ଡ୍ରାଇଭର ସନ୍ତୋଷ ସାହୁ ଓ କଣ୍ଡକ୍ଟର ବିଭୂତି ରାଉତ।

ଗତ ୨ ତାରିଖ ଦିନ ବାଙ୍କି ଜାତମୁଣ୍ଡିଆ ପୋଲ ତଳୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରି ଥିଲା ବାଙ୍କୀ ପୋଲିସ୍। ପ୍ରାଥମିକ ତଦନ୍ତରୁ ବଳାତ୍କାର ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ମୃତ ଯୁବତୀଙ୍କ ଘର ଆଠଗଡ଼ ଗୌରାଙ୍ଗପୁରରେ ବୋଲି ଜଣାପଡ଼ିଥିଲା। ପରେ ପୋଲିସ୍ ତଦନ୍ତ କରି  ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା।

ତଦନ୍ତରୁ ଜଣାପଡ଼ି ଥିଲା ଯେ ଡ୍ରାଇଭର ସନ୍ତୋଷଙ୍କ ସହ ଯୁବତୀଙ୍କର ପୂର୍ବରୁ ସମ୍ପର୍କ ଥିଲା। ଯୁବତୀ ଜଣଙ୍କ ବାହା ହେବାକୁ ଜିଦ୍ ଧରିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ସନ୍ତୋଷ। ଗତ ୧ ତାରିଖରେ ବୁଲେଇ ନେବା ବାହାନାରେ ସେ ଯୁବତୀ ଜଣଙ୍କୁ ଡାକି ଥିଲା।  ରାତିରେ ଆଠଗଡ଼ର ରତାଗଡ଼ ନିକଟରେ ସନ୍ତୋଷ ଓ କଣ୍ଡକ୍ଟର ବିଭୂତି ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ରେଞ୍ଚିରେ ତାଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରି ଦେଇଥିଲେ। ତା’ପରେ ସେହି ବସ୍‌ରେ ସେମାନେ ଯୁବତୀଙ୍କ ମୃତଦେହକୁ ସେଠାରୁ ୧୦ କିଲୋମିଟର ଦୂର ସୁବର୍ଣ୍ଣପୁର ଜାତମୁଣ୍ଡିଆ ମହାନଦୀ ପୋଲ ତଳକୁ ଫିଙ୍ଗି ଦେଇଥିଲେ।

ବାଙ୍କୀ ପୋଲିସ୍ ବସ୍‌ଟିକୁ ଜବତ କରି ସରଣ୍ଡା ବିଟ୍ ହାଉସ୍ ପରିସରରେ ରଖିଛି। ଆଜି ବାଙ୍କୀ ପୋଲିସ୍‌ର ସାଇଣ୍ଟିଫିକ୍ ଟିମ୍ ସେଠାକୁ ଯାଇ ବସ୍‌ରୁ ରକ୍ତଭିଜା ସିଟ୍ କଭର ସହିତ ସେଠାରେ ପଡ଼ିଥିବା ଯୁବତୀଙ୍କ ମୁଣ୍ଡ ଖପୁରୀର କିଛି ଅଂଶ ସଂଗ୍ରହ କରିଛନ୍ତି।

ଯୁବତୀଙ୍କ ମା’ କହିଛନ୍ତି ଯେ ମାମୁଁ ଘରକୁ ଯିବ କହି ସୋମବାର ଦିନ ଝିଅ ଘରୁ ବାହାରି ଯାଇଥିଲା ଯେ ଆଉ ଫେରିନି।

ସନ୍ତୋଷ ଓ ବିଭୂତି ସହିତ ଆଉ କେହି ଏହି ଜଘନ୍ୟ କାଣ୍ଡରେ ସଂପୃକ୍ତ ଅଛନ୍ତି ନା ନାହିଁ ସେ ନେଇ ତଦନ୍ତ ଚଲାଇଛି ପୋଲିସ୍।

Related story