ଆଳି: ଓଏପିଏଫ୍ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ

ଆଳି: କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକରେ ଆଜି  ଜଣେ ଓଏପିଏଫ୍ ଯବାନ ନିଜ ବନ୍ଧୁକରୁ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯବାନ ଜଣକ ହେଲେ ଫୁଲବାଣୀର ସୁରେନ୍ଦ୍ର କଅଁର। ରାଜକନିକା ଆର୍.ଏନ୍ ହାଇସ୍କୁଲ ପରିସରରେ ଥିବା କ୍ୟାମ୍ପରେ ଏଭଳି ଘଟଣା ଘଟିଥିବା  ଜଣାପଡ଼ିଛି। ହୋଲିକୁ ନେଇ ସୁରକ୍ଷା ଦୃଷ୍ଟିରୁ ସହରର କିଛି ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରାଯାଇଥିଲା। ସେହି କ୍ୟାମ୍ପରେ ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ସେ କାହିଁକି […]

jaban-5

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 03:10 AM IST

ଆଳି: କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକରେ ଆଜି  ଜଣେ ଓଏପିଏଫ୍ ଯବାନ ନିଜ ବନ୍ଧୁକରୁ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯବାନ ଜଣକ ହେଲେ ଫୁଲବାଣୀର ସୁରେନ୍ଦ୍ର କଅଁର। ରାଜକନିକା ଆର୍.ଏନ୍ ହାଇସ୍କୁଲ ପରିସରରେ ଥିବା କ୍ୟାମ୍ପରେ ଏଭଳି ଘଟଣା ଘଟିଥିବା  ଜଣାପଡ଼ିଛି। ହୋଲିକୁ ନେଇ ସୁରକ୍ଷା ଦୃଷ୍ଟିରୁ ସହରର କିଛି ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରାଯାଇଥିଲା। ସେହି କ୍ୟାମ୍ପରେ ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ସେ କାହିଁକି ଏଭଳି ଆତ୍ମହତ୍ୟା ଉଦ୍ୟମ କଲେ ତାହାର କାରଣ ସ୍ପଷ୍ଟ ହୋଇନି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story