ଆଜିଠୁ ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର: ଝିଇଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ବାବାଙ୍କୁ ଆଜିଠୁ ପଚରା ଉଚୁରା କରିବ କ୍ରାଇମବ୍ରାଞ୍ଚ। ଗତକାଲି ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଆଜିଠାରୁ ସୁର ବାବା ଓ ତାଙ୍କର ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିବ। ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ କମିଶନରେଟ୍ ପୋଲିସକୁ ଅନୁମତି ଦେଇଥିଲେ। ତେବେ ତଦନ୍ତଭାର କ୍ରାଇମ୍ବ୍ରାଞ୍ଚ୍ ନେଇଥିବାରୁ ସୁରେନ୍ଦ୍ର […]

suraandsons

suraandsons

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 02:00 AM IST

Sports

Latest News

ଭୁବନେଶ୍ୱର: ଝିଇଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ବାବାଙ୍କୁ ଆଜିଠୁ ପଚରା ଉଚୁରା କରିବ କ୍ରାଇମବ୍ରାଞ୍ଚ। ଗତକାଲି ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଆଜିଠାରୁ ସୁର ବାବା ଓ ତାଙ୍କର ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିବ। ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ କମିଶନରେଟ୍ ପୋଲିସକୁ ଅନୁମତି ଦେଇଥିଲେ। ତେବେ ତଦନ୍ତଭାର କ୍ରାଇମ୍ବ୍ରାଞ୍ଚ୍ ନେଇଥିବାରୁ ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ୪ ଜଣ ଡିଏସପିଙ୍କ ନେତୃତ୍ୱର କ୍ରାଇମବ୍ରାଞ୍ଚର ୪ଟି ଟିମ୍ ସୁର ବାବାଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ତଦନ୍ତ କରିବ। କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ.ଶର୍ମା ଏହି ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ଅଧିକ ଟିମ୍ ଗଠନ କରାଯାଇପାରେ। ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଦାୟର ୪ଟି ଏଫଆଇଆରକୁ ନେଇ ତଦନ୍ତକୁ ଆଗକୁ ବଢାଇବ କ୍ରାଇମବ୍ରାଞ୍ଚ। ଏବେ ଆଇପିସିର ଯେଉଁ ଧାରା ଲାଗିଛି ଆଗକୁ ଆବଶ୍ୟକ ପଡିଲେ ସେମାନଙ୍କ ବିରୋଧରେ ଅଧିକ ଦଫା ଲାଗିପାରେ। ସେପଟେ ତଦନ୍ତ ଭାର ମିଳିବା ପରେ ଗତକାଲି ସଂଧ୍ୟାରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପୋଲିସ୍ କମିଶନରଙ୍କୁ ଭେଟିଥିଲେ। କ୍ରାଇମବ୍ରାଞ୍ଚ୍ ଆଇଜି, ପୋଲିସ କମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ। ପୂର୍ବରୁ ସାରଥି ମାମଲାର ବି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos