ବାହିନୀପତି ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି: କୋରାପୁଟ ଯୁବ କଂଗ୍ରେସ ଉପସଭାପତି

କୋରାପୁଟ: ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଭାରୀ ବି.କେ. ହରିପ୍ରସାଦଙ୍କୁ ତାରା ପ୍ରସାଦ ବାହିନୀପତି ଟାର୍ଗେଟ୍‌ କରିବା ଘଟଣାକୁ କୋରାପୁଟ ଯୁବ କଂଗ୍ରେସ ଉପସଭାପତି ରବୀନ୍ଦ୍ର ମହାପାତ୍ର ବିରୋଧ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରବୀନ୍ଦ୍ର ତାରାଙ୍କ ମନ୍ତବ୍ୟକୁ ବିରୋଧ କରିବା ସହ ସେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, “ ତାରା ପ୍ରସାଦ ବାହିନୀପତି ଏଭଳି ମନ୍ତବ୍ୟ ଦେବା ଯୋଗୁଁ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି ହେଉଛି। […]

congress

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 03:45 PM IST

କୋରାପୁଟ: ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଭାରୀ ବି.କେ. ହରିପ୍ରସାଦଙ୍କୁ ତାରା ପ୍ରସାଦ ବାହିନୀପତି ଟାର୍ଗେଟ୍‌ କରିବା ଘଟଣାକୁ କୋରାପୁଟ ଯୁବ କଂଗ୍ରେସ ଉପସଭାପତି ରବୀନ୍ଦ୍ର ମହାପାତ୍ର ବିରୋଧ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରବୀନ୍ଦ୍ର ତାରାଙ୍କ ମନ୍ତବ୍ୟକୁ ବିରୋଧ କରିବା ସହ ସେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, “ ତାରା ପ୍ରସାଦ ବାହିନୀପତି ଏଭଳି ମନ୍ତବ୍ୟ ଦେବା ଯୋଗୁଁ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଜିଲ୍ଲାରେ ହେଉଥିବା କାର୍ଯ୍ୟକ୍ରମ ଓ ବୈଠକକୁ ଯୋଗଦେବା ପାଇଁ ବାହିନୀପତି ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଓ ଉପସଭାପତିଙ୍କୁ ଡାକୁ ନାହାନ୍ତି। ସେ ଜିଲ୍ଲା ଭିତରେ କର୍ମୀ ଓ ପଦାଧିକାରୀଙ୍କ ସହିତ ସମନ୍ୱୟ ରଖୁ ନାହାନ୍ତି। କୌଣସି ଜଣେ କର୍ମୀ ତାଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି। ସେ ପିସିସି ସଭାପତି ଓ ଓଡ଼ିଶା ପ୍ରଭାରୀଙ୍କୁ ଆକ୍ଷେପ କରିବା ଠିକ୍‌ ନୁହେଁ।”

ସେ ଆହୁରି କହିଛନ୍ତି, “ବାହିନୀପତି ପ୍ରଥମେ କୋରାପୁଟ ଜିଲ୍ଲା ସଂଗଠନରେ ସମନ୍ୱୟ ରଖନ୍ତୁ। ଯୁବ ଓ ଛାତ୍ର କଂଗ୍ରେସକୁ ସାଥୀରେ ନେଇ ଚାଲନ୍ତୁ।”

ଗତକାଲି ବାହିନୀପତି ପ୍ରସାଦ ହରିଚନ୍ଦନଙ୍କ ‘ମୁଁ ନୁହେଁ ଆମେ’ ଡାକରାକୁ ସମାଲୋଚନା କରିବା ସହ ଓଡ଼ିଶା ପ୍ରଭାରୀ ବି.କେ. ହରିପ୍ରସାଦ ସମସ୍ତଙ୍କୁ ନେଇ ଚାଲିବା ଦରକାର ବୋଲି ମତ ଦେଇଥିଲେ।

Related story