ନବୀନଙ୍କୁ ବୈଷ୍ଣବଙ୍କ ଟାର୍ଗେଟ ପରେ ବିଜେଡିରେ କମ୍ପନ

ଭୁବନେଶ୍ୱର/ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ବିରୋଧୀ ଦଳମାନେ ଓଡ଼ିଆ ନ କହିପାରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ସମୟରେ ଟାର୍ଗେଟ କରିଆସିଛନ୍ତି। ହେଲେ ଏଥର ଏହି ପ୍ରସଙ୍ଗକୁ ନେଇ ଦଳ ଭିତରେ ଆକ୍ରମଣରେ ଶିକାର ହୋଇଛନ୍ତି ନବୀନ। ଓଡ଼ିଆ ଭାଷା ସୁରକ୍ଷା ପ୍ରସଙ୍ଗରେ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା ଆଜି ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏପରିକି ଭାଷା ନାହିଁ ତ ଭୋଟ୍‌ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ବୈଷ୍ଣବ। ଯାହାକୁ ନେଇ ବିଜେଡିରେ […]

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 12:29 AM IST

ଭୁବନେଶ୍ୱର/ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ବିରୋଧୀ ଦଳମାନେ ଓଡ଼ିଆ ନ କହିପାରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ସମୟରେ ଟାର୍ଗେଟ କରିଆସିଛନ୍ତି। ହେଲେ ଏଥର ଏହି ପ୍ରସଙ୍ଗକୁ ନେଇ ଦଳ ଭିତରେ ଆକ୍ରମଣରେ ଶିକାର ହୋଇଛନ୍ତି ନବୀନ। ଓଡ଼ିଆ ଭାଷା ସୁରକ୍ଷା ପ୍ରସଙ୍ଗରେ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା ଆଜି ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏପରିକି ଭାଷା ନାହିଁ ତ ଭୋଟ୍‌ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ବୈଷ୍ଣବ। ଯାହାକୁ ନେଇ ବିଜେଡିରେ ସୃଷ୍ଟି ହୋଇଛି କମ୍ପନ।

ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ସମ୍ୱଲପୁରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବୈଷ୍ଣବ ପରିଡ଼ା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବିଷୋଦଗାର କରିଛନ୍ତି। ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଆ ଜାଣିନାହାନ୍ତି ତାହାହେଲେ ଓଡ଼ିଆ ଜାତି ପାଇଁ ଲଜ୍ଜା ଓ ଅପମାନ। ତାଙ୍କର ଶାସନ କରିବାର ଅଧିକାର ନାହିଁ। ଭାଷା ନାହିଁ ତ ଭୋଟ ନାହିଁ। ଏପରିକି ଯେଉଁ ଅଫିସରମାନେ ଓଡ଼ିଆ ଜାଣିନାହାନ୍ତି, ସେମାନେ ମଧ୍ୟରେ ଶାସନରେ କରିବାର ଅଧିକାର ନାହିଁ।”

ସେ ଆହୁରି କହିଛନ୍ତି-“ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ଭାଷା ଆକ୍ଟ କାର୍ଯ୍ୟକାରୀ କରିବା ପାଇଁ ଭାଷା ଆୟୋଗ ଗଠନ ଓ ଦଣ୍ଡ ବିଧାନ ଦାବି କରି ସବୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ।”

ବୈଷ୍ଣବଙ୍କ ଏଭଳି ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରିନି ବିଜେଡି। ଦଳ(ବିଜେଡି)ର ବରିଷ୍ଠ ନେତାମାନେ ବୈଷ୍ଣବଙ୍କୁ ସମାଲୋଚନା କରିଛନ୍ତି। ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବା ପରେ ଆଜି ଏହି ପ୍ରଶ୍ନ ପଚାରୁଛନ୍ତି। ଆଗରୁ କଣ ପାଇଁ ପଚାରୁନଥିଲେ ବୋଲି ଦଳର ବରିଷ୍ଠ ନେତାମାନେ ପ୍ରଶ୍ନ କରିଛନ୍ତି।

କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି-“ଯାହାର ଲୁଣ ଖାଇବ, ତାହାର ନିନ୍ଦା କରିବା ଉଚିତ ନୁହେଁ। ରାଜ୍ୟସଭାରେ କାର୍ଯ୍ୟକାଳ ସରିବା ପରେ ବୈଷ୍ଣବ ବାବୁ ଆଜି କହୁଛନ୍ତି। ଆଗରୁ କ’ଣ ପାଇଁ କହୁନଥିଲେ? ନବୀନବାବୁ ୧୦୦ ପ୍ରତିଶତ ଓଡ଼ିଆ କଥା ବୁଝୁଛନ୍ତି ବୋଲି ୧୭ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇ ରହିଛନ୍ତି।”

ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି-“ଓଡ଼ିଶାର ଚାରି କୋଟି ଜନତା ଭୋଟ୍‌ ଦେଇ ତାଙ୍କ ହୃଦୟରେ ବସାଇଛନ୍ତି। ଆଗକୁ ମଧ୍ୟ ଭୋଟ୍‌ ଦେଉଥିବେ। ବୟସ ଅଧିକ ହୋଇଥିବାରୁ ବୈଷ୍ଣବଙ୍କ ମତିଭ୍ରମ ହୋଇଥିବା ମନେ ହେଉଛି।”

Related story