ବଲାଙ୍ଗିର ଓ କଳାହାଣ୍ଡିରେ ମରୁଡି ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ବଲାଙ୍ଗିର/କଳାହାଣ୍ଡି: ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ ସରଜମିନ୍ ତଦନ୍ତ ଶେଷ କରିଛନ୍ତି। ସଦସ୍ୟମାନେ ଆଜି ଦ୍ୱିତୀୟ ଦିନରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ଯାଇଥିଲେ। ଆସନ୍ତାକାଲି ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଟିମର ସଦସ୍ୟମାନଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ ବଲାଙ୍ଗୀର ସଦର ବ୍ଳକ୍ ଶିବତଲା ଗାଁରେ ଟିମ୍ ପହଞ୍ଚିବା ପରେ ସାହାଯ୍ୟ ପାଇଁ ନେହୁରା ହୋଇଥିଲେ ଚାଷୀମାନେ। ଉଜୁଡା କ୍ଷେତ ଦେଖିଲା ପରେ ଚାଷୀଙ୍କ ସହ […]

kandrya tim

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 03:03 PM IST

ବଲାଙ୍ଗିର/କଳାହାଣ୍ଡି: ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ ସରଜମିନ୍ ତଦନ୍ତ ଶେଷ କରିଛନ୍ତି। ସଦସ୍ୟମାନେ ଆଜି ଦ୍ୱିତୀୟ ଦିନରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ଯାଇଥିଲେ। ଆସନ୍ତାକାଲି ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଟିମର ସଦସ୍ୟମାନଙ୍କର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ସକାଳେ ବଲାଙ୍ଗୀର ସଦର ବ୍ଳକ୍ ଶିବତଲା ଗାଁରେ ଟିମ୍ ପହଞ୍ଚିବା ପରେ ସାହାଯ୍ୟ ପାଇଁ ନେହୁରା ହୋଇଥିଲେ ଚାଷୀମାନେ। ଉଜୁଡା କ୍ଷେତ ଦେଖିଲା ପରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ଟିମ୍ ସଦସ୍ୟ। ଏହାପରେ ଦେଓଗାଁ ଓ ବଙ୍ଗୋମୁଣ୍ଡା ବ୍ଲକ ବିଭିନ୍ନ ଗାଁକୁ ଯାଇ ଚାଷ ସ୍ଥିତି ଦେଖିଥିଲେ। ଏହା ପୂର୍ବରୁ ସଦସ୍ୟମାନେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

Related story