ବଲାଙ୍ଗିର: ସରକାରୀ ମେଡିକାଲ କଲେଜ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର/ଟିଟିଲାଗଡ଼: ସରକାରୀ ମେଡିକାଲ କଲେଜ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନ ୧୧ଟା ୩୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଟିଆପାଲିରେ ବଲାଙ୍ଗିର ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତା’ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ବଲାଙ୍ଗିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେଡ଼ି […]

balagiri

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 10:04 AM IST

ବଲାଙ୍ଗିର/ଟିଟିଲାଗଡ଼: ସରକାରୀ ମେଡିକାଲ କଲେଜ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନ ୧୧ଟା ୩୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଟିଆପାଲିରେ ବଲାଙ୍ଗିର ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତା'ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ବଲାଙ୍ଗିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଜେଡ଼ି ନେତା ଅନଙ୍ଗ ଉଦୟ ସିଂଦେଓଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବଲାଙ୍ଗିରରେ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ଟିଟିଲାଗଡ଼ରେ। ଟିଟିଲାଗଡ଼ ସିଟି ସ୍କୁଲ୍ ପଡ଼ିଆରେ ହେଲିକେପଟର ଯୋଗେ ପହଞ୍ଚିଥିଲେ ଓ ୭୦ କୋଟି ଟଙ୍କ। ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ମଦର ଆଣ୍ଡ୍ ଚାଇଲ୍ଡ କେୟାର ହସପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ତା’ସହିତ ଅନ୍ୟାନ୍ୟ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଉଦ୍ୟାନ ବିଭାଗ, କୃଷି ବିଭାଗ ଓ ଅନ୍ୟାନ୍ୟ ବିଭାଗର ବିଭିନ୍ନ ଯୋଜନାରେ ସଫଳତା ପାଇଥିବା ଲୋକଙ୍କୁ ଚେକ୍ ବଣ୍ଟନ କରିଥିଲେ। ସେହିଭଳି କେତେକ ଛାତ୍ରଛାତ୍ରୀଙ୍କୁ ଲାପଟପ ମଧ୍ୟ ବଣ୍ଟନ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଓ ସ୍ଥାନୀୟ ବିଧାୟିକା ଟୁକୁନି ସାହୁଙ୍କ ସହିତ ଅନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related story