ବାଲିଷ୍ଟିକ୍ ମିଜାଇଲ୍‌ ବାରାକ୍-୮ର ସଫଳ ପରୀକ୍ଷଣ

ବାଲେଶ୍ୱର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍‌ ବାରାକ-୮ର ଆଜି ଦୁଇ ଥର ସଫଳ ପରୀକ୍ଷଣ ହୋଇଛି। ପ୍ରଥମ ପରୀକ୍ଷଣ ସକାଳ ୧୦ଟା୧୩ ମିନିଟ୍‌ ଓ ଦ୍ୱିତୀୟ ପରୀକ୍ଷଣ ୨ଟା ୨୬ରେ ସଫଳତାର ସହ ହୋଇଥିଲା। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ଏହାର ପରୀକ୍ଷା କରାଯାଇଛି। ଏହି ମିଜାଇଲର ଓଜନ୨୭୫ କିଲୋଗ୍ରାମ ରହିଥିବା ବେଳେ ଲମ୍ବ ସାଢେ ୪ ମିଟର ରହିଛି। ଏହା ସର୍ବାଧିକ ୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ପ୍ରତି […]

baleswar

Rakesh Mallick
  • Published: Tuesday, 20 September 2016
  • , Updated: 20 September 2016, 10:12 PM IST

ବାଲେଶ୍ୱର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍‌ ବାରାକ-୮ର ଆଜି ଦୁଇ ଥର ସଫଳ ପରୀକ୍ଷଣ ହୋଇଛି। ପ୍ରଥମ ପରୀକ୍ଷଣ ସକାଳ ୧୦ଟା୧୩ ମିନିଟ୍‌ ଓ ଦ୍ୱିତୀୟ ପରୀକ୍ଷଣ ୨ଟା ୨୬ରେ ସଫଳତାର ସହ ହୋଇଥିଲା।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ଏହାର ପରୀକ୍ଷା କରାଯାଇଛି। ଏହି ମିଜାଇଲର ଓଜନ୨୭୫ କିଲୋଗ୍ରାମ ରହିଥିବା ବେଳେ ଲମ୍ବ ସାଢେ ୪ ମିଟର ରହିଛି। ଏହା ସର୍ବାଧିକ ୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ପ୍ରତି ସେକେଣ୍ଡକୁ ୬୮୦ ମିଟର ବେଗରେ ଗତି କରିବ।

ବାରାକ-୮କ୍ଷେପଣାସ୍ତ୍ରକୁ ଡିଆରଡିଓ ଓ ଇତ୍ସାଇଲ ଏରୋସ୍ପ୍ରେସ୍‌ ଇଣ୍ଡଷ୍ଟ୍ରିଜ୍ ତରଫରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଛି। ଏହି ମିଜାଇଲରେ ଟୁ-ଷ୍ଟେଜ୍‌ ଧୂଆଁ ବିହୀନ ରକେଟ ମୋଟର ବ୍ୟବହାର କରାଯାଇଛି। ବିଶେଷ କରି ଶତ୍ରୁପକ୍ଷର ଏୟାରକ୍ରାଫ୍ଟ, ହେଲିକପ୍ଟର ଓ ଯୁଦ୍ଧ ଜାହାଜକୁ ଏହି ମିଜାଇଲ ଲକ୍ଷ୍ୟଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି।

ଗତ ଜୁନ୍‌ ୩୦ରେ ଦୁଇଥର ଓ ଜୁଲାଇ ୧ ତାରିଖରେ ଥରେ ଏହି ମିଜାଇଲର ସଫଳ ପରୀକ୍ଷଣ ହୋଇଥିଲା।

Related story