ବାଲେଶ୍ୱରରେ ପୁଣି ଚିଟ୍‌ଫଣ୍ଡ କେଳେଙ୍କାରୀ: ରାଜ ଗଡସେନ୍‌ ସର୍ଭିସେସ୍‌ ସିଏମ୍‌ଡି ଗିରଫ

ବାଲେଶ୍ୱର: ବାଲେଶ୍ୱରେ ପୁଣି ଏକ ଚିଟ୍‌ଫଣ୍ଡ କେଳେଙ୍କାରୀ ପଦାକୁ ଆସିଛି। ରାଜ ଗଡସେନ୍‌ ସର୍ଭିସେସ୍‌ କମ୍ପାନୀ ନାଁରେ ଏହି ଅଭିଯୋଗ ଆସିଛି। ଜମାକାରୀମାନେ କମ୍ପାନୀର ସିଏମ୍‌ଡି ଜଗଦୀଶ ମିଶ୍ରଙ୍କୁ ଗତକାଲି ଥାନାରେ ଜିମା ଦେବା ପରେ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଜମାକାରୀଙ୍କ ୧୫ କୋଟି ଟଙ୍କା ଠକେଇ ଓ କମ୍ପାନୀ ବନ୍ଦ ହେବା ପରେ ନାଁ ବଦଳାଇ କାରବାର ଚଳାଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇ […]

baleswar

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 07:47 PM IST

ବାଲେଶ୍ୱର: ବାଲେଶ୍ୱରେ ପୁଣି ଏକ ଚିଟ୍‌ଫଣ୍ଡ କେଳେଙ୍କାରୀ ପଦାକୁ ଆସିଛି। ରାଜ ଗଡସେନ୍‌ ସର୍ଭିସେସ୍‌ କମ୍ପାନୀ ନାଁରେ ଏହି ଅଭିଯୋଗ ଆସିଛି। ଜମାକାରୀମାନେ କମ୍ପାନୀର ସିଏମ୍‌ଡି ଜଗଦୀଶ ମିଶ୍ରଙ୍କୁ ଗତକାଲି ଥାନାରେ ଜିମା ଦେବା ପରେ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଜମାକାରୀଙ୍କ ୧୫ କୋଟି ଟଙ୍କା ଠକେଇ ଓ କମ୍ପାନୀ ବନ୍ଦ ହେବା ପରେ ନାଁ ବଦଳାଇ କାରବାର ଚଳାଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ହେଲା ଜଗଦୀପ ଜମାକାରୀଙ୍କୁ ଭୂଆଁ ବୁଲାଇ ଆସୁଥିଲେ। ଜମାକାରୀ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଲୋଭନୀୟ ସ୍କିମ୍‌ ଆଳରେ ସେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ୧୫ କୋଟି ଟଙ୍କାରୁ ଅଧିକ ଠକି ନେଇଛନ୍ତି। ଲୋକଙ୍କ ଟଙ୍କାକୁ ସେ ରିଅଲ୍‌ ଇଷ୍ଟାଟ, ହୋଟେଲ ଓ ଜମି କାରବାରରେ ଲଗାଇଛନ୍ତି। ଏପରିକି ନିଜ ପ୍ରଯୋଜନାରେ ଏକ ସିଡି ଫଲ୍ମୀ ‘ମୁଁ ଫେରିଲେ ତୁମର’ ନିର୍ମାଣ କରିଛନ୍ତି। ଏହି ସିଡି ଫିଲ୍ମୀରେ ଜଗଦୀପ ନିଜେ ଅଭିନୟ ମଧ୍ୟ କରିଛନ୍ତି।

୨୦୧୦ରୁ ୨୦୧୩ ମଧ୍ୟରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ରାଜ ଗଡସେନ୍‌ କମ୍ପାନୀ ଖୋଲି କାରବାର କରିଥିଲେ।

ଜମାକାରୀ ଦାଶରଥୀ ଦାସ କହିଛନ୍ତି, “ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ ଧରା ପଡ଼ିବା ପରେ ସେ (ଜଗଦୀପ ମିଶ୍ର) ରାତା ରାତି ତାଙ୍କ କମ୍ପାନୀର ନାଁ ବଦଳାଇ ଦେଇଥିଲେ। କମ୍ପାନୀ ନାଁ ରାଜ ଗଡସେନ୍‌ରୁ ରାଜ କଳିଙ୍ଗ କରିଦେଇ ଚାରିଆଡେ ବୋର୍ଡ ମାରିଥିଲେ। କିଛିଦିନ ଅନ୍ତରରେ କମ୍ପେନୀ ନାଁ ପୁଣି ଥରେ ବଦଳାଇ ଅମୃତ ଜ୍ୟୋତି କରିଦେଲେ। ଆମେ ସେ ସବୁ ଅଫିସ୍‌କୁ ଗଲେ ଜଗଦୀପ ମିଶ୍ର ଏ କମ୍ପାନୀର ନୁହେଁ ବୋଲି କର୍ମଚାରୀମାନେ କହିଥିଲେ।”

ଅନ୍ୟ ଜଣେ ଜମାକାରୀ ପବିତ୍ର ମୋହନ ଦାସ କହିଛନ୍ତି, “ମୁଁ ଯେତେବେଳେ ତାଙ୍କୁ (ଜଗଦୀପ ମିଶ୍ର) ଟଙ୍କା ମାଗିଲି ସେ ଦେଇପାରିବେ ନାହିଁ ବୋଲି କହିଥିଲେ। ସୋମନାଥପୁର ମୌଜାରେ ୨ଲକ୍ଷ ୪୦ ହଜାର ଟଙ୍କା ବାବଦକୁ ୬ ଡିସିମିଲ ଜାଗା ଦେଇଥିଲେ। ମୁଁ ଖୋଜାଖୋଜି କରିବା ପରେ ତାଙ୍କ ନାଁରେ କୌଣସି ଜମି ନ ଥିବା ଜାଣିବାକୁ ପାଇଥିଲି।”

ଜଗଦୀପ କହିଛନ୍ତି, “କମ୍ପାନୀ ଚାଲିଥିଲେ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରି ପାଇଥାନ୍ତେ। ସରକାର ତ କମ୍ପାନୀ ବନ୍ଦ କରି ଦେଇଛନ୍ତି, ମୁଁ ଏବେ କେଉଁଠୁ ଟଙ୍କା ଆଣି ଦେବି। ରାଜ କଳିଙ୍ଗର ରାଜ ଗଡସେନ୍‌ ସହ କୌଣସି ସମ୍ପର୍କ ନାହିଁ।”

Related story