ଶ୍ରୀମନ୍ଦିରରେ ଆଜି ବାମନ ଜନ୍ମ ନୀତି,ଅପରାହ୍ନ ୩ଟାରୁ ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି। ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ସମୟରେ ବାମନ ଜନ୍ମ ନୀତି ପାଳନ କରାଯାଇଥାଏ। ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ବିଷ୍ଣୁ ଆଜିର ତିଥିରେ ବାମନ ରୂପରେ ଆବିର୍ଭୂତ ହୋଇଥିଲେ। ଏକ ଦିବ୍ୟ ବାମନ ବାଳକ ରୂପରେ ଧରାପୃଷ୍ଠରେ […]

puri

Rakesh Mallick
  • Published: Saturday, 02 September 2017
  • , Updated: 02 September 2017, 08:22 AM IST

ପୁରୀ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି। ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ସମୟରେ ବାମନ ଜନ୍ମ ନୀତି ପାଳନ କରାଯାଇଥାଏ। ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ବିଷ୍ଣୁ ଆଜିର ତିଥିରେ ବାମନ ରୂପରେ ଆବିର୍ଭୂତ ହୋଇଥିଲେ। ଏକ ଦିବ୍ୟ ବାମନ ବାଳକ ରୂପରେ ଧରାପୃଷ୍ଠରେ ଅବତରଣ କରିଥିଲେ ଭଗବାନ ବିଷ୍ଣୁ। ତେଣୁ ଶ୍ରୀଜଗନ୍ନାଥଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଉଥିବାରୁ, ଶ୍ରୀମନ୍ଦିରରେ ଏହି ନୀତିକୁ ପାଳନ କରାଯାଇଥାଏ।

 

Related story