ଇଗ୍‌ନିସ୍‌ ଟେକ୍‌ନୋଲଜି ସମ୍ପତ୍ତି ଆଟାଚ କଲା ଇଡି

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଓଡ଼ିଆ ଆଇଟି କମ୍ପାନୀ ଇଗ୍‌ନିସ୍‌ ଟେକ୍‌ନୋଲଜି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଟାଚ୍‌ କରିଛି। କମ୍ପାନୀ ବିରୋଧରେ ଜାଲିଆତି କରି ବ୍ୟାଙ୍କରୁ ୩୦ କୋଟି ଟଙ୍କା ଋଣ ନେବା ଅଭିଯୋଗ ହୋଇଛି। ଏହି ଘଟଣାରେ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶ ନିହାର ସାମନ୍ତରାୟଙ୍କ ନାଁରେ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡ୍ରିଂ ଆକ୍ଟରେ ଇଡି ମାମଲା ରୁଜୁ କରିଛି। ବେଙ୍ଗାଲୁରୁରେ ଓଡ଼ିଆ ଆଇଟି ଫାର୍ମ ଇଗ୍‌ନିସ୍‌ ଟେକ୍ନୋଲିଜ୍‌ସ ଜାଲ କାଗଜପତ୍ର ଦେଇ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ […]

NIhar-Samantara

Rakesh Mallick
  • Published: Saturday, 07 January 2017
  • , Updated: 08 January 2017, 07:38 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଓଡ଼ିଆ ଆଇଟି କମ୍ପାନୀ ଇଗ୍‌ନିସ୍‌ ଟେକ୍‌ନୋଲଜି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଟାଚ୍‌ କରିଛି। କମ୍ପାନୀ ବିରୋଧରେ ଜାଲିଆତି କରି ବ୍ୟାଙ୍କରୁ ୩୦ କୋଟି ଟଙ୍କା ଋଣ ନେବା ଅଭିଯୋଗ ହୋଇଛି। ଏହି ଘଟଣାରେ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶ ନିହାର ସାମନ୍ତରାୟଙ୍କ ନାଁରେ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡ୍ରିଂ ଆକ୍ଟରେ ଇଡି ମାମଲା ରୁଜୁ କରିଛି।

ବେଙ୍ଗାଲୁରୁରେ ଓଡ଼ିଆ ଆଇଟି ଫାର୍ମ ଇଗ୍‌ନିସ୍‌ ଟେକ୍ନୋଲିଜ୍‌ସ ଜାଲ କାଗଜପତ୍ର ଦେଇ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୩୦ କୋଟି ଟଙ୍କା ଋଣ ନେଇଥିଲା। ଏ ନେଇ ଅଭିଯୋଗ ହେବା ପରେ ସିବିଆଇ ମାମଲାର ତଦନ୍ତ କରୁଥିବା ବେଳେ ଇଡି କମ୍ପାନୀର ସମ୍ପତ୍ତି ଆଟାଚ୍‌ କରିଛି। ଇଡି ବେଙ୍ଗାଲୁରୁରେ ଥିବା କମ୍ପାନୀର ଗୋଟିଏ ଅବାସିକ କୋଠା, ଦୁଇଟି ରେସିଡେନ୍‌ସିଆଲ ଆପାର୍ଟମେଣ୍ଟ, ଗୋଟିଏ ଆବାସିକ ସ୍ଥଳ ଓ ୮ ଏକରରୁ ଅଧିକ ଚାଷ ଜମି ଆଟାଚ୍‌ କରିଛି। ସେହିପରି ଓଡ଼ିଶାରେ କମ୍ପାନୀକୁ ଇଡକୋ ପକ୍ଷରୁ ଆବଣ୍ଟନ କରାଯାଇଥିବା ପ୍ଲଟ୍‌କୁ ମଧ୍ୟ ଆଟାଚ୍‌ କରିଛି ଇଡି।

ବେଙ୍ଗାଲୁରୁର ପ୍ରବାସୀ ଓଡ଼ିଆ ମହଲରେ ନିହାର ବେଶ୍‌ ଜଣାଶୁଣା ଅଛନ୍ତି। ସେ ବେଙ୍ଗାଲୁରୁରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ପୁରୋଧା ସାଜୁଥିଲେ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀ, ଓଡ଼ିଶାର ମନ୍ତ୍ରୀ, ସାଂସଦମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ପତିଆରା ‍ବଢ଼ାଉଥିଲେ। କେବଳ ରାଜନେତା ନୁହଁନ୍ତି ନିହାରଙ୍କ କାର୍ଯ୍ୟକ୍ରମକୁ ଓଲିଉଡ୍‌ର ବହୁ ଷ୍ଟାର ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରୁଥିଲେ।

ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ନିହାର ସାମନ୍ତରାୟ କହିଛନ୍ତି,“ଇଗ୍‌ନିସ୍‌ ଟେକ୍‌ନୋଲଜି କମ୍ପାନୀ ଜଣକ ପାର୍ଟନରସିପ୍‌ରେ ଚାଲିଥିଲା। ସମ୍ପୃକ୍ତ ପାର୍ଟନର ବ୍ୟାଙ୍କରେ କୋଲାଟେରାଲ ଦେଇ ୩୦ କୋଟି ନେଇଗଲେ। କିନ୍ତୁ ସେହି ଅର୍ଥକୁ କମ୍ପାନୀ କାମରେ ନ ଲଗାଇ ବିଦେଶକୁ ଚାଲିଗଲେ। ଯେହେତୁ ଇଡି ଏବେ ତାର ପତ୍ତା ପାଇନି ସେଥିପାଇଁ କମ୍ପାନୀର ଅନ୍ୟତମ ନିଦ୍ଦେର୍ଶକ ଭାବେ ମୋ ନାମରେ କେସ୍‌ ରୁଜୁ କରିଛି।”

Related story