ବାଣୀବିହାର ଛାତ୍ରସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ: ଆଜି ରାଜ୍ୟପାଳଙ୍କୁ ଭେଟିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:ବାଣୀବିହାରରେ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ଦୃଢ଼ ବିରୋଧ କରିଛନ୍ତି। ଏନେଇ ଆଜି ଛାତ୍ରଛାତ୍ରୀମାନେ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ନିର୍ବାଚନ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ। କ୍ୟାମ୍ପସରେ ଲାଗିରହିଥିବା ଗଣ୍ଡଗୋଳିଆ ସ୍ଥିତିକୁ ଦେଖି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିବାକୁ ଗୁରୁବାର ବସିଥିବା ପିଜି କାଉନସିଲ୍ ବୈଠକ ନିଷ୍ପତ୍ତି ହୋଇଥିଲା। ତେବେ କାଉନସିଲ୍ ପୂର୍ବ ନିଷ୍ପତ୍ତିରେ କାଏମ୍ ରହିବା ସହ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ […]

home

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 04:01 AM IST

ଭୁବନେଶ୍ୱର:ବାଣୀବିହାରରେ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ଦୃଢ଼ ବିରୋଧ କରିଛନ୍ତି। ଏନେଇ ଆଜି ଛାତ୍ରଛାତ୍ରୀମାନେ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ନିର୍ବାଚନ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ। କ୍ୟାମ୍ପସରେ ଲାଗିରହିଥିବା ଗଣ୍ଡଗୋଳିଆ ସ୍ଥିତିକୁ ଦେଖି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିବାକୁ ଗୁରୁବାର ବସିଥିବା ପିଜି କାଉନସିଲ୍ ବୈଠକ ନିଷ୍ପତ୍ତି ହୋଇଥିଲା। ତେବେ କାଉନସିଲ୍ ପୂର୍ବ ନିଷ୍ପତ୍ତିରେ କାଏମ୍ ରହିବା ସହ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ ବୋଲି ଘୋଷଣା କରିଥିଲା। ସେପଟେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ କ୍ୟାମ୍ପସରେ ୩ ପ୍ଲାଟୁନ ପୋଲିସ୍ ମୁତୟନ କରାଯାଇଛି।

Related story