ବରଗଡ଼, ଢେଙ୍କାନାଳ କେନ୍ଦୁଝରରେ ୩ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବରଗଡ଼/ଢେଙ୍କାନାଳ/କେନ୍ଦୁଝର: ରାଜ୍ୟରେ ଆଜି ପୁଣି ୩ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ବରଗଡ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ । ଫସଲହାନୀ ଓ ଋଣଭାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବରଗଡ଼ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଚାଷୀ ଜଣଙ୍କ ହେଲେ ଭଟଲୀ ବ୍ଲକ୍ ସିରାବାହାଲ ଗାଁର ପବିତ୍ର ବରିହା। ଋଣ ଭାର ସୁଝି ନ ପାରି ପବିତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା […]

baragada

Rakesh Mallick
  • Published: Monday, 26 October 2015
  • , Updated: 26 October 2015, 03:05 PM IST

[caption id="attachment_42016" align="aligncenter" width="500"] (ବରଗଡ ଜିଲ୍ଲା ଭଟଲି ବ୍ଲକ ସିରାବାହାଲ ଗାଁର ମୃତ ଚାଷୀ ପବିତ୍ର ବରିହା)[/caption]

ବରଗଡ଼/ଢେଙ୍କାନାଳ/କେନ୍ଦୁଝର: ରାଜ୍ୟରେ ଆଜି ପୁଣି ୩ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ବରଗଡ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ । ଫସଲହାନୀ ଓ ଋଣଭାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବରଗଡ଼ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଚାଷୀ ଜଣଙ୍କ ହେଲେ ଭଟଲୀ ବ୍ଲକ୍ ସିରାବାହାଲ ଗାଁର ପବିତ୍ର ବରିହା। ଋଣ ଭାର ସୁଝି ନ ପାରି ପବିତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପବିତ୍ର ରବିବାର ରାତିରେ ବିଷ ପିଇଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପବିତ୍ର ୮ ଏକର ଜମିରେ ଧାନ ଓ ୩ ଏକର ଜମିରେ ପରିବା ଚାଷ କରିଥିଲେ। ଏଥିପାଇଁ ଷ୍ଟେଟ୍ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ଋଣ କରିଥିଲେ। ଏହାସହ ୫୦ ହଜାର ଟଙ୍କା ହାତ ଉଧାରି ଆଣିଥିଲେ। ବର୍ଷା ଅଭାବରୁ ଫସଲ ସବୁ ନଷ୍ଟ ହୋଇଯାଇଥିଲା । ଏଥିପାଇଁ ସେ କିଛିଦିନ ହେବ ଚିନ୍ତାରେ ଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

[caption id="attachment_42017" align="aligncenter" width="500"] (ଢେଙ୍କାନାଳ ସଦର ସାଙ୍କୁଲେଇର ମୃତ ଚାଷୀ ବାଇଧର ପ୍ରଧାନ)[/caption]

ସେହିପରି ଢେଙ୍କାନାଳ ସଦର ସାଙ୍କୁଲେଇରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣଙ୍କ ହେଲେ ବାଇଧର ପ୍ରଧାନ । ଫସଲହାନୀ ଯୋଗୁ ବାଇଧର ଚିନ୍ତିତ ହୋଇପଡିଥିଲେ । ଚାଷ ଲାଗି କରିଥିବା କରିଥିବା ଋଣ କିପରି ସୁଝିବେ ସେହି କଥା ସବୁବେଳେ ଭାବୁ ଥିଲେ । ଏପରି ସ୍ଥିତିରେ ଗତକାଲି ମାନସିକ ଭାରସାମ୍ୟ ହରାଇ ବାଇଧର ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟଉ ଘଟିଛି ।

[caption id="attachment_42018" align="aligncenter" width="500"] (କେନ୍ଦୁଝର ସଦର ଥାନା ଟିକରପଡା ଗାଁର ମୃତ ଚାଷୀ ଶତ୍ରୁଘ୍ନ ବେହେରା)[/caption]

କେନ୍ଦୁଝର ସଦର ଥାନା ନିକଟ ଟିକରପଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ହେଲେ ଶତ୍ରୁଘ୍ନ ବେହେରା । ଚାଷ ପାଇଁ ଏସକେଏସ୍ ଗ୍ରୁପରୁ  ୨୭ ହଜାର, ବ୍ୟାଙ୍କ ଅଫ ଇଣ୍ଡିଆରୁ ୩୦ ହଜାର ଓ ଗ୍ରାମ୍ୟ ବ୍ୟାଙ୍କ ମହାବୀରଯୋଡାରୁ ୩୦ ହଜାର ଟଙ୍କ। ଋଣ କରିଥିଲେ । ସେ ୨ ଏକର ଜମିରେ ପନିପରିବା ଓ ଅନ୍ୟ ୨ ଏକର ଜମିରେ ଧାନ ଚାଷ କରିଥିଲେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ ମାନସିକ ଭାରସାମ୍ୟ ହରାଇ ଶତ୍ରୁଘ୍ନ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବଢୁଥିବା ଚାଷୀ ଆତ୍ମହତ୍ୟା ଅଭିଯୋଗ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ରାଜ୍ୟରେ ୨୦ରୁ ୨୫ଜଣ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ଆସିଛି। ମାତ୍ର ତଦନ୍ତ ରିପୋର୍ଟ ଆସି ନ ଥିବାରୁ ବିଭାଗ ପାଖରେ ଏ ନେଇ କୌଣସି ସ୍ପଷ୍ଟ ତଥ୍ୟ ନ ଥିବା ସେ କହିଛନ୍ତି । ଏପଟେ ଚାଷୀ ଆତ୍ମହତ୍ୟା ପ୍ରତିବାଦରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ଆସନ୍ତା ୯ ତାରିଖରେ ୧୧ ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛି।

Related story