ବାରିପଦାରେ ନକଲି ଅଣ୍ଡା ଆତଙ୍କ; ସିଝାଇଲେ ବାହାରୁଛି ଦୁର୍ଗନ୍ଧ, କେଶର ଦେଖାଯାଉଛି ସବୁଜ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ନକଲି ଅଣ୍ଡା ଚର୍ଚ୍ଚା ଜୋର ଧରିଛି। ଅଣ୍ଡା ଭଳି ଦେଖା ଯାଉଥିଲେ ମଧ୍ୟ ଏହା କୃତ୍ରିମ ଉପାୟରେ ତିଆରି ହୋଇଛି। ଏହାକୁ ସିଝାଇବା ପରେ ଦୁର୍ଗନ୍ଧ ହେବା ସହ କେଶର ମଧ୍ୟ ସବୁଜ ରଙ୍ଗର ଦେଖା ଯାଉଛି।  ସାମାନ୍ୟ ଅଣ୍ଡାଠାରୁ ବଡ଼ ଥିବା ବେଳେ ଏହାର ମଧ୍ୟ ଭାଗରେ ଯୋଡ଼ା ହୋଇଥିବା ଦାଗ ରହିଛି। ଏହାକୁ କେହି କୃତ୍ରିମ ଉପାୟରେ ତିଆରି କରିଥିବା ଜଣାପଡୁଛି। କାରଣ ଅଣ୍ଡାରେ ଲାଇଟ୍ ପାସ କଲେ […]

egg

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 08:34 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ନକଲି ଅଣ୍ଡା ଚର୍ଚ୍ଚା ଜୋର ଧରିଛି। ଅଣ୍ଡା ଭଳି ଦେଖା ଯାଉଥିଲେ ମଧ୍ୟ ଏହା କୃତ୍ରିମ ଉପାୟରେ ତିଆରି ହୋଇଛି। ଏହାକୁ ସିଝାଇବା ପରେ ଦୁର୍ଗନ୍ଧ ହେବା ସହ କେଶର ମଧ୍ୟ ସବୁଜ ରଙ୍ଗର ଦେଖା ଯାଉଛି।  ସାମାନ୍ୟ ଅଣ୍ଡାଠାରୁ ବଡ଼ ଥିବା ବେଳେ ଏହାର ମଧ୍ୟ ଭାଗରେ ଯୋଡ଼ା ହୋଇଥିବା ଦାଗ ରହିଛି। ଏହାକୁ କେହି କୃତ୍ରିମ ଉପାୟରେ ତିଆରି କରିଥିବା ଜଣାପଡୁଛି। କାରଣ ଅଣ୍ଡାରେ ଲାଇଟ୍ ପାସ କଲେ ଯୋଡ଼େଇ ଦାଗ ବାରି ହେବା ସହ କେଶରର ସଂପୂର୍ଣ୍ଣ  ଅଂଶ ନ ଥିବା ଭଳି ଲାଗୁଛି। ଏହା ନଜରକୁ ଆସିବା ପରେ ବାରିପଦା ସହରେ ପ୍ଲାଷ୍ଟିକ ଅଣ୍ଡା ଚର୍ଚ୍ଚାର ଜୋର ଧରିଛି।

ସହରର ସଂଜୟ କୁମାର ପାଇବାବୁ ବଜାରରୁ ୧୦ଟି ଅଣ୍ଡା କିଣି ଘରକୁ ଆଣିଥିଲେ। ସେଥିରୁ ୭ଟା ଅଣ୍ଡା ସିଝାଇବା ପରେ ତାହା ଠିକ୍‌ ଭାବେ ସିଝି ନ ଥିଲା। ତା’ ସହିତ ସେଥିରୁ ଦୁର୍ଗନ୍ଧ ବାହାରିଥିଲା। ହେଲେ କେଶର ନ ଥିବାରୁ ଏହା ନକଲି ଅଣ୍ଡା ବୋଲି ଜଣା ପଡ଼ିଥିଲା। ଏନେଇ ସଂଜୟ ପଡ଼ାବାସୀଙ୍କୁ ଜଣାଇବା ପରେ ସାଧାରଣ ଖାଉଟି ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି।

Related story