ମୌସୁମୀ ଅଧିବେଶନ: ଶୂନ୍ୟକାଳରେ ଉଠିଲା ଦାନ ମାଝି ପ୍ରସଙ୍ଗ, ହାଉସ୍‌ କମିଟି ଗଠନ ଦାବି

ଭୁବନେଶ୍ୱର: ଆଜି ବିଧାନସଭା ଶୂନ୍ୟକାଳରେ ଦାନ ମାଝି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଦାନ ମାଝି ପ୍ରସଙ୍ଗ ଉଠାଇ, ସିଡିଏମ୍‌ଓ ଦେଇଥିବା ରିପୋର୍ଟ ହାସ୍ୟସ୍ପଦ ବୋଲି କହିଥିଲେ। ଏହା ଉପରେ ରୁଲିଂ ଦାବି କରିବା ସହ ଦାନଙ୍କ ଘରକୁ ହାଉସ୍‌ କମିଟି ପଠାଇବାକୁ ସେ ଦାବି କରିଥିଲେ। ହାଉସ୍‌ କମିଟି ଗଠନ ଦାବିକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମର୍ଥନ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ […]

assembly

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 03:29 PM IST

ଭୁବନେଶ୍ୱର: ଆଜି ବିଧାନସଭା ଶୂନ୍ୟକାଳରେ ଦାନ ମାଝି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଦାନ ମାଝି ପ୍ରସଙ୍ଗ ଉଠାଇ, ସିଡିଏମ୍‌ଓ ଦେଇଥିବା ରିପୋର୍ଟ ହାସ୍ୟସ୍ପଦ ବୋଲି କହିଥିଲେ। ଏହା ଉପରେ ରୁଲିଂ ଦାବି କରିବା ସହ ଦାନଙ୍କ ଘରକୁ ହାଉସ୍‌ କମିଟି ପଠାଇବାକୁ ସେ ଦାବି କରିଥିଲେ।

ହାଉସ୍‌ କମିଟି ଗଠନ ଦାବିକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମର୍ଥନ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ସହ ବିଜେପି ବିଧାୟକମାନେ ମଧ୍ୟ ବାଚସ୍ପତିଙ୍କ ରୁଲିଂ ପାଇଁ ନିଜ ଆସନରେ ଛିଡ଼ା ହୋଇ ଦାବି କରିଥିଲେ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଦାନ ମାଝି ପତ୍ନୀର ସ୍ୱାସ୍ଥ୍ୟ ବିଷୟରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିଲା। ଏବେ ସରକାର ତାକୁ ଦୋଷ ଦେଉଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଉଛି।”

ଦାନ ମାଝି ପ୍ରସଙ୍ଗରେ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, “ପ୍ରାଥମିକ ତଦନ୍ତକୁ ଆଧାର ଉତ୍ତର ରଖିଛୁ। ଘଟଣା ପାଇଁ ଦାୟିତ୍ୱରେ ଥିବା ସିକ୍ୟୁରିଟି ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତଦନ୍ତ ଆଧାରରେ ଅନ୍ୟ ଦୋଷୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।”

ପ୍ରଶ୍ନକାଳରେ ରାଜ୍ୟରେ ଖାଉଟୀ ସାମଗ୍ରୀ ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଥିଲେ,“ରାଜ୍ୟରେ ବର୍ତ୍ତମାନ ଆଳୁ ଓ ପିଆଜ ଦର ସ୍ଥିର ରହିଛି। ଅନ୍ୟ ରାଜ୍ୟକୁ ଆଳୁ ଓ ପିଆଜ ରପ୍ତାନୀ ହେଉ ନ ଥିବାରୁ ଦର ଉପରେ ନିୟନ୍ତ୍ରଣ ରହିଛି। ସେହିପରି ଅହେତୁକ ଭାବେ ଡାଲିର ଯେଉଁ ଦରବୃଦ୍ଧି ଘଟୁଥିଲା ତାହା ମଧ୍ୟ ନିୟନ୍ତ୍ରଣରେ ରହିଛି।”

ସେ କହିଥିଲେ,“ଦରଦାମ୍‌ ବୃଦ୍ଧି ହେଲେ ଜିଲ୍ଲାପାଳମାନଙ୍କୁ ତା’ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡାଲି, ଚିନି, ଆଳୁ ଓ ପିଆଜ ଏସବୁ ବାହାର ରାଜ୍ୟରୁ ଆମଦାନୀ କରାଯାଉଛି। ନନ୍ ପିଡିଏସ୍‌ କିରୋସିନି କେବଳ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧିକାରୀଙ୍କୁ ଦିଆଯାଉଛି। ଆଗାମୀ ଦିନରେ ସମସ୍ତ ସ୍ଥାନରେ ନନ୍‌ ପିଡିଏସ୍‌ କିରୋସିନି ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି।”

କୃଷିବୀମା ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଲତବୀ ଆଲୋଚନା ହୋଇଥିଲା। ସମବାୟ ମନ୍ତ୍ରୀ ଦାମୋଦର ରାଉତଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

Related story