ବିଶିଷ୍ଟ ଚିତ୍ରଶିଳ୍ପୀ ଅସୀମ ବସୁଙ୍କ ପରଲୋକ

ଭୁବନେଶ୍ୱର: ଆଜି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅସୀମ ବସୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଏକାଧାରରେ ଜଣେ ସଫଳ ଚିତ୍ରକର, ଅଭିନେତା, ମଞ୍ଚ କଳାକାର ଓ  ମଞ୍ଚ ନାଟକ ନିର୍ଦ୍ଦେଶକ। ସେ ବହୁ ନାଟକରେ ଅଭିନୟ କରି ନାଟ୍ୟପ୍ରେମୀଙ୍କ ହୃଦୟରେ ରହିଛନ୍ତି। ତାଙ୍କ ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି। କିଛିଦିନ ତଳେ ଅସୀମ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଅର୍ଥ ଅଭାବରୁ […]

ASIM-BASU

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 07:21 PM IST

ଭୁବନେଶ୍ୱର: ଆଜି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅସୀମ ବସୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଏକାଧାରରେ ଜଣେ ସଫଳ ଚିତ୍ରକର, ଅଭିନେତା, ମଞ୍ଚ କଳାକାର ଓ  ମଞ୍ଚ ନାଟକ ନିର୍ଦ୍ଦେଶକ। ସେ ବହୁ ନାଟକରେ ଅଭିନୟ କରି ନାଟ୍ୟପ୍ରେମୀଙ୍କ ହୃଦୟରେ ରହିଛନ୍ତି। ତାଙ୍କ ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି।

କିଛିଦିନ ତଳେ ଅସୀମ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ରେଡ୍‌କ୍ରସ ପାଣ୍ଠିରୁ ୨୦,୦୦୦ ଓ ରାଜ୍ୟ ସଂସ୍କୃତି ବିଭାଗ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ଗତକାଲି ବସୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।

Related story