ରାଜ୍ୟରେ ୧୬୨ଟି ସ୍ଥାନରେ ଲାଗିବ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍: ଜାଣନ୍ତୁ କି ଲାଭ ମିଳିବ?

ଭୁବନେଶ୍ୱର: ଗୋଟିଏ ସ୍ୱିଚ୍‌ରେ ଆଲର୍ଟ ହେବ ସମଗ୍ର ଉପକୂଳ ଓଡ଼ିଶା। ସୁପର ସାଇକ୍ଲୋନରେ ୧୮ ବର୍ଷ ପୂର୍ତ୍ତି ଅବସରରେ ବିପଦକୁ ଆଗୁଆ ସାମ୍ନା କରିବାକୁ ଆରମ୍ଭ ହୋଇଛି ନୂଆ ଯୋଜନା। ବିପଦ ମାଡ଼ି ଆସୁଥିବା ଧନ ଜୀବନ ସୁରକ୍ଷା ପାଇଁ ଆରମ୍ଭ ହେବାକୁ ଯାଉଛି ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ବା ଇଡବ୍ଲୁଏସ୍। ୧୯୯୯ ସୁପର ସାଇକ୍ଲୋନ୍ ଦୋହଲାଇ ଦେଇଥିଲା ଓଡ଼ିଶାର ମେରୁଦଣ୍ଡ।  ତେଣୁ ଏଭଳି ଅଭିଯାନ ବର୍ତ୍ତମାନ ଓଡ଼ିଶାକୁ ଦେବ ନୂଆ ପରିଚୟ। ଇଡବ୍ଲୁଏସ ଟାୱାର ମାଧ୍ୟମରେ […]

nn

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 01:58 PM IST

ଭୁବନେଶ୍ୱର: ଗୋଟିଏ ସ୍ୱିଚ୍‌ରେ ଆଲର୍ଟ ହେବ ସମଗ୍ର ଉପକୂଳ ଓଡ଼ିଶା। ସୁପର ସାଇକ୍ଲୋନରେ ୧୮ ବର୍ଷ ପୂର୍ତ୍ତି ଅବସରରେ ବିପଦକୁ ଆଗୁଆ ସାମ୍ନା କରିବାକୁ ଆରମ୍ଭ ହୋଇଛି ନୂଆ ଯୋଜନା। ବିପଦ ମାଡ଼ି ଆସୁଥିବା ଧନ ଜୀବନ ସୁରକ୍ଷା ପାଇଁ ଆରମ୍ଭ ହେବାକୁ ଯାଉଛି ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ବା ଇଡବ୍ଲୁଏସ୍।

୧୯୯୯ ସୁପର ସାଇକ୍ଲୋନ୍ ଦୋହଲାଇ ଦେଇଥିଲା ଓଡ଼ିଶାର ମେରୁଦଣ୍ଡ।  ତେଣୁ ଏଭଳି ଅଭିଯାନ ବର୍ତ୍ତମାନ ଓଡ଼ିଶାକୁ ଦେବ ନୂଆ ପରିଚୟ। ଇଡବ୍ଲୁଏସ ଟାୱାର ମାଧ୍ୟମରେ ଲୋକଙ୍କୁ ମିଳିବ ସୂଚନା। ସାଇରନ୍ ବାଜିବା ସଙ୍ଗେ ଭଏସ୍ ମାଧ୍ୟମରେ ମିଳିପାରିବ ସୂଚନା। ଓଡ଼ିଶାର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ୧୬୨ ଟି ସ୍ଥାନରେ ଏହି ଟାୱାର ନିର୍ମାଣ କରାଯାଇଛି। ସମୁଦ୍ରରୁ ଦେଢ କିଲୋମିଟର ପରିସରରେ ଏହି ଟାୱାର ରହିବ। ଫଳରେ ଓଡ଼ିଶାର ୪୮୦ କିଲୋମିଟର ବ୍ୟାପି ସମୁଦ୍ର ତଟରେ ରହୁଥିବା ଲୋକଙ୍କୁ ବିପଦ ପୂର୍ବରୁ ସୂଚନା ମିଳିବ। ବାତ୍ୟା ସମ୍ପର୍କିତ ସୂଚନା ଆଗରୁ ମିଳିବା ବେଳେ ସୁନାମି ୱାର୍ଣ୍ଣିଂ ୩ରୁ ୪ ଘଣ୍ଟା ପୂର୍ବରୁ ମିଳିପାରିବ। ଏହା ବିପର୍ଯ୍ୟୟ ସମୟରେ ଧନଜୀବନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

Related story