ମୁସ୍କିଲ ହୋଇପଡ଼ିଲା ମୁକ୍ତି: ରାଜାଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର: ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାରେ ସୁପ୍ରିମ୍‌କୋର୍ଟରୁ ଜାମିନ୍‌ ପାଇଥିବା ସତ୍ତ୍ୱେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଜେଲରୁ ବାହାରିବା ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଆଉ ଏକ ମାମଲାରେ ରାଜା କରିଥିବା ଜାମିନ ଆବେଦନ ଏଡିଜେ କୋର୍ଟ ଖାରଜ କରିଦେବା ପରେ ଜେଲ୍‌ରୁ ବାହାରିବାର ତାଙ୍କ ଆଶା ମଉଳି ଯାଇଛି। ୨୦୧୦ରେ ଜ୍ୟୋତି ମୋଟର୍ସ ଶୋ’ ରୁମ୍‌ କର୍ମଚାରୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ମାମଲା ରାଜାଙ୍କ ବିରୋଧରେ ଚାଲିଛି। ଏହି […]

raja

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 08:15 PM IST

ଭୁବନେଶ୍ୱର: ଜୁଡୋ କୋଚ୍‌ ବିରଞ୍ଚି ଦାଶ ହତ୍ୟା ମାମଲାରେ ସୁପ୍ରିମ୍‌କୋର୍ଟରୁ ଜାମିନ୍‌ ପାଇଥିବା ସତ୍ତ୍ୱେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଜେଲରୁ ବାହାରିବା ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଆଉ ଏକ ମାମଲାରେ ରାଜା କରିଥିବା ଜାମିନ ଆବେଦନ ଏଡିଜେ କୋର୍ଟ ଖାରଜ କରିଦେବା ପରେ ଜେଲ୍‌ରୁ ବାହାରିବାର ତାଙ୍କ ଆଶା ମଉଳି ଯାଇଛି।

୨୦୧୦ରେ ଜ୍ୟୋତି ମୋଟର୍ସ ଶୋ’ ରୁମ୍‌ କର୍ମଚାରୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ମାମଲା ରାଜାଙ୍କ ବିରୋଧରେ ଚାଲିଛି। ଏହି ମାମଲାରେ ଜାମିନ ପାଇଁ ରାଜା ଆବେଦନ କରିଥିଲେ। ଯାହାର ବିଚାର କରି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ସେହିପରି ୨୦୦୯ରେ ଅଭିନେତ୍ରୀ ବିଦୁସ୍ମିତାଙ୍କ ଭାଇ ଅରୁଣ ମନ୍ତ୍ରୀଙ୍କୁ ହତ୍ୟା ଧମକ ଓ ଗୁଳିକାଣ୍ଡ ମାମଲାରେ ମଧ୍ୟ ରାଜାଙ୍କ ଦଣ୍ଡ ମିଳିଛି। ଏହି ମାମଲାରେ ରାଜା କରିଥିବା ଜାମିନ ଆବେଦନର ଆଜି ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।

ବିରଞ୍ଚି ହତ୍ୟା ମାମଲାରେ ଜାମିନ ମିଳିବା ପରେ ସେସନ୍ସ କୋର୍ଟରେ ରାଜାଙ୍କ ଓକିଲ କାଗଜପତ୍ର ଦାଖଲ କରିଥିଲେ। ଏହାର ବିଚାର କରି କୋର୍ଟ ରାଜାଙ୍କ ଜାମିନ ଉପରେ ସବୁଜ ସଙ୍କେତ ଲଗାଇ ଥିଲେ। ହେଲେ ତାଙ୍କ ବିରୋଧରେ ଆଉ ଦୁଇଟି ମାମଲା ଥିବାରୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇ ନ ଥିଲା।

ଅନ୍ୟପକ୍ଷରେ ଜୁଡୋ କୋଚ୍‌ ସ୍ୱର୍ଗତ ବିରଞ୍ଚିଙ୍କ ପତ୍ନୀ ଗୀତାଞ୍ଜଳି ପଣ୍ଡାଙ୍କ ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ୍‌ ପୋଲିସ ବଢାଇ ଦେଇଛି। ଗତକାଲି ଜଣେ ସଶସ୍ତ୍ର ପିଏସ୍‌ଓ ଦିଆଯାଇଥିବା ବେଳେ ଆଜି ଆଉ ଜଣେ ପିଏସ୍‌ଓଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ମୁତୟନ କରାଯାଇଛି। ଏହାସହ ଜୁଡୋ ହଲ୍‌ର ସୁରକ୍ଷା ଦାୟିତ୍ୱ ବି ବଢାଇ ଦିଆଯାଇଛି। ଏଠାରେ ଜଣେ ହାବିଲଦାର ସମେତ ଦୁଇଜଣ ସଶସ୍ତ୍ର କନଷ୍ଟେବଳଙ୍କୁ ୨୪ ଘଣ୍ଟା ଜଗିବାକୁ ଗୁହାଯାଇଛି।

Related story