ଭୁବନେଶ୍ୱରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୬ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା-ଶିରିପୁର ରାସ୍ତାରେ ଆତଙ୍କରାଜ। ଆଜି ପ୍ରାୟ ସନ୍ଧ୍ୟା ୭ଟା ବେଳେ ୩ ଜଣ ଯୁବକ ଏକ ନମ୍ବର ବିହୀନ ପଲସର ଗାଡ଼ିରେ ଆସି ଏହି ରାସ୍ତାରେ ଅଚାନକ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଚାଲି ଚାଲି ଯାଉଥିବା ଲୋକଙ୍କଠାରୁ ଆରମ୍ଭ କରି ବାଇକ୍ ଓ କାର୍‌ରେ ଯାଉଥିବା ଲୋକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ବେକ,ମୁହଁ ଓ ହାତରେ ଆଘାତ ଲାଗିଛି। ଆହତମାନଙ୍କୁ […]

man

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 10:58 PM IST

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା-ଶିରିପୁର ରାସ୍ତାରେ ଆତଙ୍କରାଜ। ଆଜି ପ୍ରାୟ ସନ୍ଧ୍ୟା ୭ଟା ବେଳେ ୩ ଜଣ ଯୁବକ ଏକ ନମ୍ବର ବିହୀନ ପଲସର ଗାଡ଼ିରେ ଆସି ଏହି ରାସ୍ତାରେ ଅଚାନକ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଚାଲି ଚାଲି ଯାଉଥିବା ଲୋକଙ୍କଠାରୁ ଆରମ୍ଭ କରି ବାଇକ୍ ଓ କାର୍‌ରେ ଯାଉଥିବା ଲୋକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ବେକ,ମୁହଁ ଓ ହାତରେ ଆଘାତ ଲାଗିଛି। ଆହତମାନଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି।

ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଜଣେ ଧରାପଡ଼ିଛି। ତା’ ନାଁ ଅମିତ ମହାପାତ୍ର। ତାକୁ ରୁପାଲି ଛକରୁ ଧରାଯାଇଥିଲା। ତା’ ଘର ଗୌତମ ନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଅନ୍ୟ ଦୁଇ ଜଣ ଲକ୍ଷ୍ମୀ ସାଗର ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସ୍ ସେମାନଙ୍କୁ ଖୋଜୁଛି।

Related story