ମୁଖମନ୍ତ୍ରୀଙ୍କୁ ଭେଟିଲେ ବେଦବ୍ୟାସ, ମନ୍ତ୍ରୀ ଓ ସାଂସଦଙ୍କ ସମର୍ଥକ ଆକ୍ରମଣ କରିଥିବା କହିଲେ

ଭୁବନେଶ୍ୱର: ଗତ ୨୮ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଗୁଣ୍ଡିଚାଘାଗିରେ ବିଜେଡି କର୍ମୀ ସମ୍ମିଳନୀରେ ଆକ୍ରମଣର ଶିକାର ହୋଇଥିବା ତେଲକୋଇ ବିଧାୟକ ବେଦବ୍ୟାସ ନାୟକ ଆଜି ତାଙ୍କ ମା’ଙ୍କ ସହିତ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେ ନିଜକୁ ସୁରକ୍ଷିତ ମଣୁ ନ ଥିବା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଜିଲ୍ଲାର ଜଣେ ମନ୍ତ୍ରୀ ଓ ସାଂସଦଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ବେଦବ୍ୟାସ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ରାଜନୈତିକ ଶତୃତା ଯୋଗୁଁ ତାଙ୍କ […]

bedabyasa

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 01:23 PM IST

ଭୁବନେଶ୍ୱର: ଗତ ୨୮ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଗୁଣ୍ଡିଚାଘାଗିରେ ବିଜେଡି କର୍ମୀ ସମ୍ମିଳନୀରେ ଆକ୍ରମଣର ଶିକାର ହୋଇଥିବା ତେଲକୋଇ ବିଧାୟକ ବେଦବ୍ୟାସ ନାୟକ ଆଜି ତାଙ୍କ ମା’ଙ୍କ ସହିତ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେ ନିଜକୁ ସୁରକ୍ଷିତ ମଣୁ ନ ଥିବା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଜିଲ୍ଲାର ଜଣେ ମନ୍ତ୍ରୀ ଓ ସାଂସଦଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ବେଦବ୍ୟାସ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ରାଜନୈତିକ ଶତୃତା ଯୋଗୁଁ ତାଙ୍କ ଉପରେ ଏଭଳି ଆକ୍ରମଣ କରାଯାଇଥିବା ସେ କହିଥିଲେ। ତାଙ୍କୁ ତେଲକୋଇରୁ ଟିକେଟ୍ ଦିଆଯାଉ ବୋଲି ଏହି ନେତା ଦ୍ୱୟଙ୍କ ସମର୍ଥକମାନେ ଚାହୁଁ ନ ଥିଲେ ବୋଲି ବିଧାୟକ କହିଥିଲେ।

ବେଦବ୍ୟାସ କହିଛନ୍ତି ଯେ ତାଙ୍କ ପ୍ରତି ଆଦିବାସୀମାନଙ୍କର ସମର୍ଥନ ବଢୁଥିବା ଯୋଗୁଁ ବିରୋଧୀ ଗୋଷ୍ଠୀ ଏହାକୁ ସହ୍ୟ କରି ପାରୁ ନାହାନ୍ତି।

ଆକ୍ରମଣରେ ବେଦବ୍ୟାସ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାରେ ହରିଚନ୍ଦନପୁର ପୋଲିସ୍ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୫ ଜଣ ଫେରାର ଅଛନ୍ତି। କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ୩ ଜଣ ଦଳୀୟ କର୍ମୀଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ବେଦବ୍ୟାସଙ୍କୁ ଆକ୍ରମଣ ପରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା।

Related story