ଅଘଟଣ: ଦେବୀ ସୁଭଦ୍ରାଙ୍କ ରଥର ଅଖ ଭାଙ୍ଗିଲା

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୩ ଦିନ ଅଛି। ଏହା ପୂର୍ବରୁ ଆଜି ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଅଖ ଭାଙ୍ଗିଯାଇଛି। ବ୍ରେକ୍ ପାଖ ଚକର ଅଖଟି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଅଖ ଭାଙ୍ଗିଯାଇଥିବାରୁ ଏହାକୁ ଏବେ ଲୁହା ଶିକୁଳିରେ ବନ୍ଧାଯାଇଛି। ଆଜି ରାତି ୯ଟାରେ ଏହି ଖବର ପ୍ରଘଟ ହୋଇଥିଲା। ଖବର ପାଇବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିତିର ଅନୁଧ୍ୟାନ କରାଯାଇଛି। ଭାଙ୍ଗିଯାଇଥିବା ଅଖ ଜାଗାରେ ପୁଣି ନୂଆ ଅଖ […]

puri ratha yatra

Rakesh Mallick
  • Published: Wednesday, 21 June 2017
  • , Updated: 21 June 2017, 11:08 PM IST

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୩ ଦିନ ଅଛି। ଏହା ପୂର୍ବରୁ ଆଜି ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଅଖ ଭାଙ୍ଗିଯାଇଛି। ବ୍ରେକ୍ ପାଖ ଚକର ଅଖଟି ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ଅଖ ଭାଙ୍ଗିଯାଇଥିବାରୁ ଏହାକୁ ଏବେ ଲୁହା ଶିକୁଳିରେ ବନ୍ଧାଯାଇଛି। ଆଜି ରାତି ୯ଟାରେ ଏହି ଖବର ପ୍ରଘଟ ହୋଇଥିଲା। ଖବର ପାଇବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିତିର ଅନୁଧ୍ୟାନ କରାଯାଇଛି। ଭାଙ୍ଗିଯାଇଥିବା ଅଖ ଜାଗାରେ ପୁଣି ନୂଆ ଅଖ ତିଆରି ହେବ। ତେବେ ରଥ କେବେ ମରାମତି କରାଯିବ ତାହା ଜଣାପଡ଼ିନି।

Related story