ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ସୁରବାବାଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ସୁରେନ୍ଦ୍ର ମିଶ୍ର ଓରଫ୍ ସୁରବାବାଙ୍କ ନାଁରେ ଆଜି ଆଉ ଏକ ମାମଲା ରୁଜୁ ହୋଇଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ବାଲିପାଟଣା ପୋଲିସ୍। ୨୫ ଆର୍ମସ ଆକ୍ଟରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଭୁବନେଶ୍ୱର ନିକଟସ୍ଥ ଝିଇଁଟିରେ ଥିବା ସୁରବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରୁ ଦୁଇଟି ବନ୍ଧୁକ ଓ ୯ଏମ୍‌ଏମର ତିନିଟି ଗୁଳି ଜବତ କରାଯାଇଛି ବୋଲି ପୋଲିସ୍ କମିଶନର ଆର୍.ପି ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ଆଜି […]

gun

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 07:31 AM IST

ଭୁବନେଶ୍ୱର: ସୁରେନ୍ଦ୍ର ମିଶ୍ର ଓରଫ୍ ସୁରବାବାଙ୍କ ନାଁରେ ଆଜି ଆଉ ଏକ ମାମଲା ରୁଜୁ ହୋଇଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ବାଲିପାଟଣା ପୋଲିସ୍। ୨୫ ଆର୍ମସ ଆକ୍ଟରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ଭୁବନେଶ୍ୱର ନିକଟସ୍ଥ ଝିଇଁଟିରେ ଥିବା ସୁରବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରୁ ଦୁଇଟି ବନ୍ଧୁକ ଓ ୯ଏମ୍‌ଏମର ତିନିଟି ଗୁଳି ଜବତ କରାଯାଇଛି ବୋଲି ପୋଲିସ୍ କମିଶନର ଆର୍.ପି ଶର୍ମା କହିଛନ୍ତି।

ଅନ୍ୟପକ୍ଷରେ ଆଜି ସକାଳେ ଆଶ୍ରମର ଜଣେ ଅଧିକାରୀ କହିଥିଲେ ଯେ ଚଢ଼େଇ ଉଡ଼ାଇବା ପାଇଁ ଏହି ଦୁଇ ବନ୍ଧୁକ ରଖାଯାଇଥିଲା।

ମାଡ଼ପିଟ୍, ଧମକ ଓ ଜାତିଆଣ ନେଇ ପୂର୍ବରୁ ତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଥିଲା।

Related story