ଔଷଧୀୟଗୁଣରେ ଭରପୂର ପିଆଜ ଶଣ୍ଢା

କଅଁଳିଆ ପିଆଜ ପତ୍ର। ଯାହାକୁ ଆମ ଭାଷାରେ କୁହନ୍ତି ପିଆଜ ଶଣ୍ଢା। ଏହି ଶୀତଦିନେ ବଜାରରେ ଭଲ ପରିମାଣରେ ଉପଲବ୍ଧ ହୋଇଥାଏ। ଆପଣ ଏହାକୁ ଅନେକ ଥର ଖାଇଥି ବେ ଓ ଏହାର ସ୍ପାଇସି ଗୁଣର ମଜା ବି ଉଠାଇଥିବେ। ଏହି ପିଆଜ ଶଣ୍ଢାରେ ଭରି ରହିଛି ଆଣ୍ଟି-ଅକ୍ସିଡେଣ୍ଟ୍, ସଲ୍‌ଫର୍‌, ଭିଟାମିନ୍‌ ‘ସି’ ଓ ‘କେ’।ଏହାର ସେବନ ଦ୍ୱାରା ଆମ ଶରୀରକୁ  ମଧ୍ୟ ଭଲ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଏହାର ଉପାକାରିତା ସମ୍ପର୍କରେ। ପିଆଜ ଶଣ୍ଢା […]

spring onion

Rakesh Mallick
  • Published: Thursday, 28 December 2017
  • , Updated: 28 December 2017, 01:14 PM IST

କଅଁଳିଆ ପିଆଜ ପତ୍ର। ଯାହାକୁ ଆମ ଭାଷାରେ କୁହନ୍ତି ପିଆଜ ଶଣ୍ଢା। ଏହି ଶୀତଦିନେ ବଜାରରେ ଭଲ ପରିମାଣରେ ଉପଲବ୍ଧ ହୋଇଥାଏ। ଆପଣ ଏହାକୁ ଅନେକ ଥର ଖାଇଥି ବେ ଓ ଏହାର ସ୍ପାଇସି ଗୁଣର ମଜା ବି ଉଠାଇଥିବେ। ଏହି ପିଆଜ ଶଣ୍ଢାରେ ଭରି ରହିଛି ଆଣ୍ଟି-ଅକ୍ସିଡେଣ୍ଟ୍, ସଲ୍‌ଫର୍‌, ଭିଟାମିନ୍‌ ‘ସି’ ଓ ‘କେ’।ଏହାର ସେବନ ଦ୍ୱାରା ଆମ ଶରୀରକୁ  ମଧ୍ୟ ଭଲ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଏହାର ଉପାକାରିତା ସମ୍ପର୍କରେ।

  • ପିଆଜ ଶଣ୍ଢା ଖାଇବା ଦ୍ୱାରା ଇନ୍‌ସୁଲିନ୍‌ ସ୍ତର ସନ୍ତୁଳିତ ରହେ।
  • ଏଥିରେ ଥିବା ଭିଟାମିନ୍‌ ‘ସି’ ଓ ‘କେ’ ହାଡକୁ କ୍ରିୟାଶୀଳ କରିବାରେ ସହାୟକ ହୋଇଥାଏ।
  • କ୍ୟାନ୍‌ସରରୁ ବର୍ତ୍ତିବା ପାଇଁ ପିଆଜ ଶଣ୍ଢା ଖାଆନ୍ତୁ।
  • ଏଥିରେ ଥିବା ଭିଟାମିନ୍‌ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ।
  • ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍‌ ଡିଏନ୍‌ଏକୁ କ୍ଷତି ପହଞ୍ଚାଇବାକୁ ଦିଏ ନାହିଁ।
  • ଭିଟାମିନ୍‌ ‘ସି’ରେ ଭରପୂର ଥିବା ପିଆଜଶଣ୍ଢା ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।
  • ଏଥିରେ ଥିବା ସଲ୍‌ଫର୍‌ ଫଙ୍ଗଲ୍‌ ସଂକ୍ରମଣ ହେବାକୁ ଦିଏ ନାହିଁ।

 

 

 

 

 

 

 

Related story