ବ୍ରହ୍ମପୁର: ଗ୍ୟାସ୍ ସିଲିଣ୍ଡର ଫାଟି ୬ ଆହତ,୨ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁରର ବଡ଼ ବଜାର ନିକଟ ଲାଲା ସାହିରେ ଗ୍ୟାସ୍ ସିଲିଣ୍ଡର ଫାଟି ୨ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ୨ ଜଣ ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ଅବସ୍ଥା ସଙ୍କଟାପନ୍ନ  ହେବାରୁ ସେମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ମହିଳା ଦ୍ୱୟ ହେଉଛନ୍ତି ହିଞ୍ଜିଳିକାଟୁ କଲେଜର ଅଧ୍ୟାପିକା ଅନୀତା ପଟ୍ଟନାୟକ ଏବଂ ତାଙ୍କ ସମ୍ପର୍କୀୟ ଗୌରୀରାଣୀ ପଟ୍ଟନାୟକ। ଉଭୟଙ୍କ ଶରୀରର […]

bmr fire copy

Rakesh Mallick
  • Published: Wednesday, 07 October 2015
  • , Updated: 07 October 2015, 11:35 AM IST

ବ୍ରହ୍ମପୁର: ବ୍ରହ୍ମପୁରର ବଡ଼ ବଜାର ନିକଟ ଲାଲା ସାହିରେ ଗ୍ୟାସ୍ ସିଲିଣ୍ଡର ଫାଟି ୨ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ୨ ଜଣ ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ଅବସ୍ଥା ସଙ୍କଟାପନ୍ନ  ହେବାରୁ ସେମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ମହିଳା ଦ୍ୱୟ ହେଉଛନ୍ତି ହିଞ୍ଜିଳିକାଟୁ କଲେଜର ଅଧ୍ୟାପିକା ଅନୀତା ପଟ୍ଟନାୟକ ଏବଂ ତାଙ୍କ ସମ୍ପର୍କୀୟ ଗୌରୀରାଣୀ ପଟ୍ଟନାୟକ। ଉଭୟଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିବା ଡାକ୍ତର କହିଛନ୍ତି। ରୋଷେଇ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

Related story