ଭଦ୍ରକ: ଗଛକୁ ପିଟିଲା ବୋଲେରୋ; ୨ ମୃତ, ୯ ଆହତ

ଭଦ୍ରକ: ଭଣ୍ଡାରିପୋଖରୀ ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମଇତାପୁରର ମମତା ସିଂ ଏବଂ ଧନିଆ ମଣ୍ଡଳ। ଦୁର୍ଘଟଣାରେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଣଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ମୃତକ ଓ ଆହତମାନେ କଟକ ଦୁର୍ଗାପୂଜା ଦେଖିବାକୁ ଆସିଥିଲେ। ପୂଜା ଦେଖି ଫେରୁଥିବା ସମୟରେ ପାଳଦା ହନୁମାନ ଛକ […]

bhadrak

Rakesh Mallick
  • Published: Monday, 10 October 2016
  • , Updated: 10 October 2016, 10:12 AM IST

ଭଦ୍ରକ: ଭଣ୍ଡାରିପୋଖରୀ ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମଇତାପୁରର ମମତା ସିଂ ଏବଂ ଧନିଆ ମଣ୍ଡଳ। ଦୁର୍ଘଟଣାରେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଣଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।

ମୃତକ ଓ ଆହତମାନେ କଟକ ଦୁର୍ଗାପୂଜା ଦେଖିବାକୁ ଆସିଥିଲେ। ପୂଜା ଦେଖି ଫେରୁଥିବା ସମୟରେ ପାଳଦା ହନୁମାନ ଛକ ନିକଟରେ ଭୋର ପ୍ରାୟ ୪ଟା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ଗାଡିକୁ ଏକ ଗଛରେ ପିଟି ଦେଇଥିଲେ।

ଘଟଣା ସ୍ଥାଳରେ ଧନିଆଙ୍କ ମୃତ୍ୟୁ ହୋଇଯାଇଥିଲା। ଭଦ୍ରକ ମେଡିକାଲରେ ମମତାଙ୍କ ମୃତ୍ୟୁ ଘଟିଥିଲା।

Related story