ଧାମରା ବନ୍ଦରରେ ଅଘଟଣ: କୋଇଲା ଗଦା ତଳେ ଚାପି ହୋଇ ଗଲା ଦୁଇ ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ପୋଡାଜଳା

Ordigital Desk
  • Published: Tuesday, 15 August 2017
  • , Updated: 15 August 2017, 05:54 PM IST
<p>ଭଦ୍ରକ: &nbsp;ସମଗ୍ର ସ୍ୱାଧୀନତା ଦିବସକୁଦେଶ ପାଳୁଥିବା ବେଳେ ଆଜି ଭଦ୍ରକ ଧାମରା ବନ୍ଦରରେ ଏକ ଅଘଟଣ ଘଟିଛି। କୋଇଲା ତଳେ ଚାପିହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ନେଇ ବନ୍ଦର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବନ୍ଦର ପରିସରରେ ପୋଡାଜଳା କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ୍&zwnj; ଫୋର୍ସ ମୁତୟନ କରାଯାଇଛି।</p> <p>ଆଜି ସ୍ୱାଧୀନତା ଦିବସ। ଏଥିପାଇଁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ବନ୍ଦର କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରୁଛି। ଯାହାଫଳରେ ଶ୍ରମିକମାନେ ପେଟର ଭୋକ ମେଣ୍ଟାଇବା ପାଇଁ ଆଜି ବିପଦପୂର୍ଣ୍ଣ ଭାବେ କୋଇଲା ଗଦା ଉପରୁ ପାଲ କାଢ଼ୁଥିଲେ। ହଠାତ କୋଇଲା ଦବିଯିବାରୁ ଶ୍ରମିକମାନେ ପୋତି ହୋଇଯାଇଥିଲେ। ଅନ୍ୟ ସେକ୍&zwnj;ଟରରେ କାମ କରୁଥିବା ଶ୍ରମିକମାନେ କୋଇଲା ତଳୁ ଶ୍ରମିକମାନଙ୍କୁ ଉଦ୍ଧାର କରି ବନ୍ଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ୪ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଗାଁ ଲୋକ ଓ ମୃତ ଶ୍ରମିକଙ୍କ ପରିବାର ଲୋକେ ବନ୍ଦର ପରିସରରେ ଧସେଇ ଧସେଇ ପସି ମୁଖ୍ୟ ଗେଟ୍&zwnj; ସମେତ ସୁରକ୍ଷା କର୍ମୀଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏପରିକି ବନ୍ଦର ସିଇଓ ସୁବ୍ରତ ତ୍ରିପାଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।</p> <p>ଧାମରା ବନ୍ଦରରେ ଉତ୍ତେଜନା ପ୍ରକାଶ ପାଇଥିବା ନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକଙ୍କୁ ମୁକାବିଲା କରି ନପାରି ପୋଲିସ୍&zwnj; ଫେରି ଯାଇଥିଲେ। ଏସ୍&zwnj;ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ପୋଲିସ୍&zwnj; ଟିମ୍&zwnj; ବନ୍ଦର ପରିସରରେ ପହଞ୍ଚି ଉତ୍ତ୍ୟକ୍ତ ଶ୍ରମିକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।</p> <p>କୋଇଲା ତଳେ ଚାପି ହୋଇ ଶ୍ରମିକ ମରିବା ନେଇ ଭଦ୍ରକ ଜିଲ୍ଲାପାଳ ସ୍ୱୟଂଚାଳିତ ଭାବେ ବନ୍ଦରରେ ସବୁକିଛି ଚାଲେ। କେମିତି ଦୁର୍ଘଟଣା ଘଟଣା ଘଟିଲା ତାହା ଉପରେ ତଦନ୍ତ ଚାଲିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ସ୍ୱୟଂଚାଳିତ ଭାବେ କୋଇଲା ଲୋଡିଂ ହେଉଥିଲା, ତାହା ଘଟଣା ସ୍ଥଳରେ କୋଦାଳ କି କାମରେ ଲାଗୁଥିଲା। ସ୍ୱୟଂଚାଳିତ ଲୋଡ଼ିଂ ବଦଳରେ କୋଦାଳରେ ସବୁ କାମ ଚାଲିଥିଲା ବୋଲି ସନ୍ଦେହ ପ୍ରକାଶ।</p>

Related story