ଭଦ୍ରକ: ୩ଟି ଏଟିଏମ୍‌ ଭାଙ୍ଗି ୨୭ ଲକ୍ଷ ଲୁଟ୍

ଭଦ୍ରକ: ଭଦ୍ରକରେ ଗତକାଲି ରାତିରେ ୩ଟି ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତମାନେ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଁଦିଆ ବଜାରରେ ଥିବା ଦୁଇଟି ଏଟିଏମ୍‌କୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଏହି ଦୁଇଟି ଏଟିଏମ୍ ମଧ୍ୟରୁ ଗୋଟିଏ ଆଇସିଆଇସିଆଇ ବ୍ୟାଙ୍କର ହୋଇଥିବା ବେଳେ ଅନ୍ୟଟି ଏକ୍ସସିସ୍ ବ୍ୟାଙ୍କର। ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍‌କୁ ପୋଡ଼ି ଦେଇଛନ୍ତି। ଆଇସିଆଇସିଆଇ ବ୍ୟାଙ୍କରୁ ଦୁର୍ବୃତ୍ତମାନେ […]

atm

Rakesh Mallick
  • Published: Friday, 04 November 2016
  • , Updated: 04 November 2016, 06:48 PM IST

ଭଦ୍ରକ: ଭଦ୍ରକରେ ଗତକାଲି ରାତିରେ ୩ଟି ଏଟିଏମ୍‌ ଭାଙ୍ଗି ଦୁର୍ବୃତ୍ତମାନେ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଁଦିଆ ବଜାରରେ ଥିବା ଦୁଇଟି ଏଟିଏମ୍‌କୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଏହି ଦୁଇଟି ଏଟିଏମ୍ ମଧ୍ୟରୁ ଗୋଟିଏ ଆଇସିଆଇସିଆଇ ବ୍ୟାଙ୍କର ହୋଇଥିବା ବେଳେ ଅନ୍ୟଟି ଏକ୍ସସିସ୍ ବ୍ୟାଙ୍କର। ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍‌କୁ ପୋଡ଼ି ଦେଇଛନ୍ତି।

ଆଇସିଆଇସିଆଇ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ୬,୮୭,୦୦୦ ଟଙ୍କା ଲୁଟି ନେଇଥିବା ବେଳେ ଏକ୍ସିସ୍ ବ୍ୟାଙ୍କରୁ ୪,୪୪,୦୦୦ ଟଙ୍କା ଲୁଟି ନେଇଛନ୍ତି।

ସେହିପରି କୁଆଁଶର ଥିବା ଏସ୍‌ବିଆଇର ଏକ ଏଟିଏମ୍‌କୁ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏଠାରୁ ସବୁଠୁ ଅଧିକ ୧୬,୪୮,୦୦୦ ଟଙ୍କା ଲୁଟ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story