ଶାନ୍ତ ହେଉଛି ଭଦ୍ରକ: ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର

ଭଦ୍ରକ: ଭଦ୍ରକ ସହର ସ୍ଥିତି ସୁଧୁରୁଥିଲେ ମଧ୍ୟ ଉତ୍ତେଜନା ଥମିନି। ସେଥିପାଇଁ ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ପୁଣି କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ସେହିପରି ଆଜି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଘଟଣାସ୍ଥଳ ପରିଦର୍ଶନ କରି ପୀଡ଼ିତଙ୍କୁ ପଚାରି ବୁଝିଛନ୍ତି। ହିଂସା ପରିସ୍ଥିତି ପାଇଁ ଶାସନ ତନ୍ତ୍ର ଓ ପୋଲିସର ଅପାରଗତାକୁ ଦାୟୀ କରିଛନ୍ତି। ଏଭଳି ସ୍ଥିତିରେ ଆଜି ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ଗତ ୬ ଦିନ ହେଲା ଭଦ୍ରକ […]

bhadrak new relax

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 09:07 PM IST

ଭଦ୍ରକ: ଭଦ୍ରକ ସହର ସ୍ଥିତି ସୁଧୁରୁଥିଲେ ମଧ୍ୟ ଉତ୍ତେଜନା ଥମିନି। ସେଥିପାଇଁ ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ପୁଣି କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ସେହିପରି ଆଜି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଘଟଣାସ୍ଥଳ ପରିଦର୍ଶନ କରି ପୀଡ଼ିତଙ୍କୁ ପଚାରି ବୁଝିଛନ୍ତି। ହିଂସା ପରିସ୍ଥିତି ପାଇଁ ଶାସନ ତନ୍ତ୍ର ଓ ପୋଲିସର ଅପାରଗତାକୁ ଦାୟୀ କରିଛନ୍ତି। ଏଭଳି ସ୍ଥିତିରେ ଆଜି ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି।

ଗତ ୬ ଦିନ ହେଲା ଭଦ୍ରକ ସହର ଖାଁଖାଁ ଲାଗୁଥିଲା। ଆଜି ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବା ପରେ ଟ୍ରାଫିକ୍‌ ପୋଷ୍ଟରେ ମହିଳା କନ୍‌ଷ୍ଟେବଳ ଯାନବାହନ ନିୟନ୍ତ୍ରଣ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତା କଡ଼ରେ ପନିପରିବାର ପସରା ମେଲିଥିଲା। ଲୋକେ ନିର୍ଭୟରେ ଯିବାଆସିବା କରୁଥିଲେ। ଠିକ୍‌ ସମୟରେ ପିଲାମାନେ ସ୍କୁଲ ଯାଉଥିଲେ। ତେବେ ଉତ୍ତେଜନା ସମ୍ପୂର୍ଣ୍ଣ ଥମି ନଥିବାରୁ ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଛି।

ଆଜି ରାଜ୍ୟ ବିଜେପିର ୫ ଜଣିଆ ଟିମ୍‌ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି। ରାଜ୍ୟ ବିଭେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍‌ ହିଂସାକାଣ୍ଡରେ ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଥିଲେ।

ବସନ୍ତ ପଣ୍ଡା କହିଛନ୍ତି,“ଶାସନର ପୋଷ୍ଟ ପୋଷକତାରେ କେତେକ ଅସାମାଜିକ ବ୍ୟକ୍ତି ଏହି ହିଂସାକାଣ୍ଡ ଘଟାଇଛନ୍ତି। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବେଶୀ ପ୍ରଭାବିତ ହୋଇଛନ୍ତି ବ୍ୟବସାୟୀ।”

ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ଓ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଭଦ୍ରକ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶାସକଦଳ ଓ ପୋଲିସର ଅପାରଗତାକୁ ପରୋକ୍ଷରେ ସେମାନେ ଦାୟୀ କରିଛନ୍ତି।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“କିଛି ରାଜନୈତକ ଦଳ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଏହି ହିଂସା ଘଟାଇ ଛନ୍ତି। ଯେଉଁମାନେ ଏହି ହିଂସା କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୋଲିସ୍‌ ପ୍ରଶାସନ ଠିକ୍‌ ଭାବେ ନିଜର କର୍ତ୍ତବ୍ୟ କରିନଥିବାରୁ ସରକାର ଏସ୍‌ପିଙ୍କୁ ବଦଳି କରିଛନ୍ତି।”

ବିଜେପି ଓ କଂଗ୍ରେସ ଆରୋପକୁ ଖଣ୍ଡନ କରିଛି ବିଜେଡି। ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି,“ଭଦ୍ରକ ସ୍ଥିତିର ସୁଧାର ଆସିବା ପାଇଁ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ସବୁ ପ୍ରକାର ଉଦ୍ୟମ ହୋଇଛି। ଏପରି ସ୍ଥିତିରେ ବିରୋଧୀମାନେ ଏପରି ଆରୋପ ଲଗାଇବାର ଆବଶ୍ୟକତା ନାହିଁ।”

Related story