ଭାଲେନ୍‌ଟାଇନ୍ସ ଡେ'ରେ ଭାଇରାଲ୍‌ ହୁଏ ଭଗତ ସିଂଙ୍କ ଫାଶି ବିଷୟରେ ଫେକ୍ ମେସେଜ୍

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଭାଲେନ୍‌ଟାଇନ୍ସ ଡେ’ରେ ଗୋଟିଏ ମେସେଜ୍‌ ମୋବାଇଲ୍‌ରୁ ମୋବାଇଲ୍‌ ଘୁରିବୁଲି ଭାଇରାଲ୍‌ ହେବାରେ ଲାଗେ। ଏହି ମେସେଜ୍‌ରେ ୧୪ ଫେବୃଆରୀକୁ ଭାଲେନଟାଇନ୍ସ ଦିବସ ରୂପେ ନ ପାଳନ କରି ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କ ସହିଦ ଦିବସ ଭାବେ ପାଳନ କରିବା ଆବଶ୍ୟକ। ଏଥିରେ ଲେଖାଥାଏ ଯେ ୧୪ ଫେବୃଆରୀରେ ଏହି ତିନିଜଣ ସଂଗ୍ରାମୀଙ୍କୁ ଫାଶି ଦିଆଯାଇଥିଲା। ଆମେ ଏଠାରେ କହି ରଖୁଛୁ ଯେ ଭାଇରାଲ୍‌ ହେଉଥିବା ମେସେଜ୍‌ଟି ସମ୍ପୂର୍ଣ୍ଣ ଗୁଜବ ଅଟେ। […]

bhagatsingh

bhagatsingh

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 11:14 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଭାଲେନ୍‌ଟାଇନ୍ସ ଡେ'ରେ ଗୋଟିଏ ମେସେଜ୍‌ ମୋବାଇଲ୍‌ରୁ ମୋବାଇଲ୍‌ ଘୁରିବୁଲି ଭାଇରାଲ୍‌ ହେବାରେ ଲାଗେ। ଏହି ମେସେଜ୍‌ରେ ୧୪ ଫେବୃଆରୀକୁ ଭାଲେନଟାଇନ୍ସ ଦିବସ ରୂପେ ନ ପାଳନ କରି ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କ ସହିଦ ଦିବସ ଭାବେ ପାଳନ କରିବା ଆବଶ୍ୟକ। ଏଥିରେ ଲେଖାଥାଏ ଯେ ୧୪ ଫେବୃଆରୀରେ ଏହି ତିନିଜଣ ସଂଗ୍ରାମୀଙ୍କୁ ଫାଶି ଦିଆଯାଇଥିଲା। ଆମେ ଏଠାରେ କହି ରଖୁଛୁ ଯେ ଭାଇରାଲ୍‌ ହେଉଥିବା ମେସେଜ୍‌ଟି ସମ୍ପୂର୍ଣ୍ଣ ଗୁଜବ ଅଟେ।

ଐତିହାସିକ ତଥ୍ୟ ଅନୁସାରେ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କୁ ୨୩ ମାର୍ଚ୍ଚ ୧୯୩୧ ମସିହାରେ ଫାଶି ଦିଆଯାଇଥିଲା। ଏହି ଦିନକୁ ଦେଶରେ ସହିଦ ଦିବସ ରୂପେ ପାଳନ କରାଯାଏ। କେତେକ ତଥ୍ୟରୁ ଜଣା ପଡ଼େ ଯେ ଏହି ତିନିଜଣ ସଂଗ୍ରାମୀଙ୍କୁ ଫାଶି ଦେବା ପାଇଁ ୧୯୩୧ ମସିହା ମାର୍ଚ୍ଚ୨୪ ତାରିଖକୁ ସ୍ଥିର କରାଯାଇଥିଲା। କିନ୍ତୁ ହଠାତ୍‌ ଏହି ସମୟ ପରିବର୍ତ୍ତନ କରାଯାଇଥିଲା। ନିର୍ଦ୍ଧାରିତ ସମୟର ୧୧ ଘଣ୍ଟା ପୂର୍ବରୁ ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟ ୭ଟା ୩୦ରେ ଅବିଭକ୍ତ ଭାରତର ଲାହୋରରେ ତାଙ୍କୁ ଫାଶି ଦିଆଗଲା। ଭାଇରାଲ୍‌ ହେଉଥିବା କିଛି ମେସେଜ୍‌ରେ ଫାଶି ଦଣ୍ଡ ଘୋଷଣାକୁ ନେଇ ମଧ୍ୟ ରହିଛି।ଏହି ତଥ୍ୟ ମଧ୍ୟ ଭୁଲ ଅଛି। କାରଣ ୧୯୩୦ ମସିହା ଅକ୍ଟୋବର ୭ ତାରିଖରେ ବ୍ରିଟିସ୍‌ କୋର୍ଟ ୩୦୦ ପୃଷ୍ଠାର ବିଚାର ଶୁଣାଇଥିଲେ। ଯେଉଁଥିରେ ଏହି ୩ ସ୍ୱାଧୀନତା ସଂଗ୍ରାମୀଙ୍କୁ ହତ୍ୟା ଓ ପାର୍ଲିଆମେଣ୍ଟରେ ବୋମ୍‌ ଆଟାକ୍ ଭଳି ମାମଲାରେ କୋର୍ଟ ଫାଶି ଦଣ୍ଡ ଶୁଣାଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos