ଭର୍ତ୍ତୃହରିଙ୍କୁ କୈଫିୟତ ତଲବ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ କୈଫିୟତ ତଲବ କରିଛନ୍ତି। ସଭାପତିଙ୍କ ବିନା ଅନୁମତିରେ ବିଭିନ୍ନ ସମୟରେ ଦଳର ସ୍ୱାର୍ଥ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ମହତାବଙ୍କୁ ଏହି କୈଫିୟତ ତଲବ କରାଯାଇଛି। ଏ ନେଇ ଏକ ପ୍ରେସ୍‌ ଇସ୍ତାହାରରେ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରମୁଖ ଦଳମାନଙ୍କ ସହ ସମ୍ପର୍କ ନେଇ ବିଜେଡିର ରାଜନୈତିକ ଆଭିମୁଖ୍ୟ ବିରୋଧୀ ମନ୍ତବ୍ୟ […]

mahtab

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 09:32 PM IST

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ କୈଫିୟତ ତଲବ କରିଛନ୍ତି। ସଭାପତିଙ୍କ ବିନା ଅନୁମତିରେ ବିଭିନ୍ନ ସମୟରେ ଦଳର ସ୍ୱାର୍ଥ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ମହତାବଙ୍କୁ ଏହି କୈଫିୟତ ତଲବ କରାଯାଇଛି। ଏ ନେଇ ଏକ ପ୍ରେସ୍‌ ଇସ୍ତାହାରରେ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରମୁଖ ଦଳମାନଙ୍କ ସହ ସମ୍ପର୍କ ନେଇ ବିଜେଡିର ରାଜନୈତିକ ଆଭିମୁଖ୍ୟ ବିରୋଧୀ ମନ୍ତବ୍ୟ ଦେଇଥିଲେ ମହତାବ।

ତେବେ ମହତାବ ଏହାର ଉତ୍ତର ରଖିଛନ୍ତି। ଓଟିଭିକୁ ସାକ୍ଷାତକାର ଦେଇ ମହତାବ କହିଛନ୍ତି,“କୈଫିୟତ ତଲବ ନେଇ ମୁଁ ଏପର୍ଯ୍ୟନ୍ତ ନୋଟିସ୍‌ ପାଇନି। ନବୀନ ପଟ୍ଟନାୟକ ମୋର ନେତା। ସେ ମୋତେ ପଚାରିଛନ୍ତି ମୁଁ ଏହାର ଉତ୍ତର ଦେବି।”

Related story