ବିଲଡର ସାବଧାନ; ପ୍ରକଳ୍ପ ପଞ୍ଜୀକରଣ ନକଲେ ଜେଲ୍‌

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଲାଗୁହେବ ରିଏଲ ଇଷ୍ଟେଟ ରେଗୁଲେସନ ଏଣ୍ଡ ଡେଭଲପମେଣ୍ଟ ଆକ୍ଟ। ଗ୍ରାହକମାନଙ୍କୁ ଘର ଓ ଜମି ଦେବା ନାଁରେ ଠକୁଥିବା ବିଲଡରମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଥିରେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି। ଏହି ଆଇନ ଅନୁଯାୟୀ ଜୁଲାଇ ୨୦୧୭ ସୁଦ୍ଧା ସବୁ ବିଲଡରମାନେ ସେମାନଙ୍କ ପୁରୁଣା ପ୍ରକଳ୍ପକୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଏଥିସହ ନୂଆ ପ୍ରକଳ୍ପର ପଞ୍ଜୀକରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।  ବିନା ପଞ୍ଜୀକରଣରେ କିଣାବିକା କଲେ ଅଭିଯୁକ୍ତମାନଙ୍କୁ ଜେଲ୍‌ ଯିବା ସହ ଫାଇନ୍ […]

building project

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 10:06 PM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଲାଗୁହେବ ରିଏଲ ଇଷ୍ଟେଟ ରେଗୁଲେସନ ଏଣ୍ଡ ଡେଭଲପମେଣ୍ଟ ଆକ୍ଟ। ଗ୍ରାହକମାନଙ୍କୁ ଘର ଓ ଜମି ଦେବା ନାଁରେ ଠକୁଥିବା ବିଲଡରମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଥିରେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି।

ଏହି ଆଇନ ଅନୁଯାୟୀ ଜୁଲାଇ ୨୦୧୭ ସୁଦ୍ଧା ସବୁ ବିଲଡରମାନେ ସେମାନଙ୍କ ପୁରୁଣା ପ୍ରକଳ୍ପକୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଏଥିସହ ନୂଆ ପ୍ରକଳ୍ପର ପଞ୍ଜୀକରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।  ବିନା ପଞ୍ଜୀକରଣରେ କିଣାବିକା କଲେ ଅଭିଯୁକ୍ତମାନଙ୍କୁ ଜେଲ୍‌ ଯିବା ସହ ଫାଇନ୍ ଦେବାକୁ ପଡିବ। ଏପରିକି କିଣାମୂଲ୍ୟର ୧୦ ପ୍ରତିଶତ ଫାଇନ ସହ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ। ବିନା ପଞ୍ଜୀକରଣରେ କିଣାବିକା ପାଇଁ ମଧ୍ୟସ୍ଥତା କରୁଥିବା ଏଜେଣ୍ଟମାନଙ୍କୁ  ସମ୍ପତ୍ତି ମୂଲ୍ୟର ୫ ପ୍ରତିଶତ ଫାଇନ୍ ଦେବାକୁ ପଡିବ।  ବର୍ତ୍ତମାନ ସୁଦ୍ଧା ଓଡିଶା ସହ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Related story