ଆଉ ଡରେଇ ପାରିବନି ଖରାପ ପାଗ: ଭୁବନେଶ୍ୱର ଏୟାପୋର୍ଟରେ ଲାଗିବ ଅଟୋମେଟେଡ୍ ୱେଦର ଅବଜରଭେସନ୍ ସିଷ୍ଟମ୍

ଭୁବନେଶ୍ୱର: ଶୀତଦିନେ ଘନ କୁହୁଡ଼ି ଓ ଖରାପ ପାଗ ଯୋଗୁ ଅନେକ ସମୟରେ ବିମାନକୁ ଅନ୍ୟତ୍ର ଡାଇଭର୍ଟ କରାଯାଉଛି। ଯାହାଦ୍ୱାରା ଯାତ୍ରୀଙ୍କ ସମୟ ଅପଚୟ ହେଉଥିବାବେଳେ ଅଧିକ ଇନ୍ଧନ ମଧ୍ୟ ଖର୍ଚ୍ଚ ହେଉଛି। ଏହାଛଡ଼ା ଏହି ସମୟରେ ବିମାନ ଅବତରଣ ମଧ୍ୟ ବିପଦପୂର୍ଣ୍ଣ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଲାଗିବାକୁ ଯାଉଛି ଅଟୋମେଟେଡ୍ ୱେଦର ଅବଜରଭେସନ୍‌ ସିଷ୍ଟମ୍। ଏହି ବ୍ୟବସ୍ଥା ଦ୍ୱାରା ପାଗର ଅବସ୍ଥା ସଂପର୍କରେ ପାଇଲଟଙ୍କୁ ବିସ୍ତୃତ ସୂଚନା ମିଳିପାରିବ। ଫଳରେ […]

AWOS-Bhubaneswar-airport-750x430

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 06:49 PM IST

ଭୁବନେଶ୍ୱର: ଶୀତଦିନେ ଘନ କୁହୁଡ଼ି ଓ ଖରାପ ପାଗ ଯୋଗୁ ଅନେକ ସମୟରେ ବିମାନକୁ ଅନ୍ୟତ୍ର ଡାଇଭର୍ଟ କରାଯାଉଛି। ଯାହାଦ୍ୱାରା ଯାତ୍ରୀଙ୍କ ସମୟ ଅପଚୟ ହେଉଥିବାବେଳେ ଅଧିକ ଇନ୍ଧନ ମଧ୍ୟ ଖର୍ଚ୍ଚ ହେଉଛି। ଏହାଛଡ଼ା ଏହି ସମୟରେ ବିମାନ ଅବତରଣ ମଧ୍ୟ ବିପଦପୂର୍ଣ୍ଣ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଲାଗିବାକୁ ଯାଉଛି ଅଟୋମେଟେଡ୍ ୱେଦର ଅବଜରଭେସନ୍‌ ସିଷ୍ଟମ୍। ଏହି ବ୍ୟବସ୍ଥା ଦ୍ୱାରା ପାଗର ଅବସ୍ଥା ସଂପର୍କରେ ପାଇଲଟଙ୍କୁ ବିସ୍ତୃତ ସୂଚନା ମିଳିପାରିବ। ଫଳରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇ ପାରିବ।

କୁହୁଡ଼ି ଓ ଖରାପ ପାଗ ଯୋଗୁ ୨୦୧୬ରେ ଭୁବନେଶ୍ୱରରୁ ୧୦ରୁ ଅଧିକ ଫ୍ଲାଇଟ୍‌କୁ ଅନ୍ୟତ୍ର ଡାଇଭର୍ଟ କରାଯାଇଥିଲା। କାରଣ ଭିଜିବିଲିଟି ନେଇ ରନୱେରୁ ପାଇଲଟଙ୍କୁ ମିଳିନଥିଲା ସଠିକ୍ ସୂଚନା। ଏହି ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଲାଗିବ ୱେଦର ଅବଜରଭେସନ୍‌ ସିଷ୍ଟମ୍। ଆନ୍ତର୍ଜାତୀୟ ବିମାନ ସେବା ଲାଗି ଏହି ବ୍ୟବସ୍ଥା ବି ବେଶ୍ ଗୁରୁତ୍ୱ ରଖୁଛି। କାରଣ ଅଟୋମେଟେଡ୍ ୱେଦର ଅବଜରଭେସନ୍‌ ସିଷ୍ଟମ୍ ନଥିଲେ ବୋଇଙ୍ଗ ଓ ଏୟାରବସ୍ ଭଳି ବଡ଼ ବଡ଼ ବିମାନକୁ ଅବତରଣ କରିବା ଲାଗି ପାଇଲଟ୍ ଅରାଜି ହୁଅନ୍ତି। ତେଣୁ ଏହି ବ୍ୟବସ୍ଥା ଦ୍ୱାରା ଭୁବନେଶ୍ୱର ବିମାନ ବନ୍ଦରର ଦକ୍ଷତା ଓ ମାନ୍ୟତା ଉଭୟ ବଢିବ।

ବିମାନ ଅବତରଣ ବେଳେ ରନ୍‌ୱେ ଭିଜିବିଲିଟି ରେଞ୍ଜ ବା ଆର୍ଭିଆର୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏବେ ପାଣିପାଗ ବିଭାଗ କର୍ମଚାରୀ  ରନ୍‌ୱେକୁ ଯାଇ ମାନୁଆଲି RVR ରେକର୍ଡ କରୁଛନ୍ତି। ତେବେ ଏହା ସବୁବେଳେ ନିର୍ଭରଯୋଗ୍ୟ ହୋଇନଥାଏ। ବିଶେଷକରି ଶୀତ ଦିନେ ଓ କୁହୁଡ଼ି ସମୟରେ ଭିଜିବିଲିଟି ରେଞ୍ଜ ହ୍ରାସ ପାଉଖିବାରୁ ବିମାନ ଅବତରଣରେ ବାଧା ସୃଷ୍ଟି ହୁଏ। କେତେକ କ୍ଷେତ୍ରରେ ବିମାନକୁ ଅନ୍ୟତ୍ର ଡାଇଭର୍ଟ କରାଯାଏ, ନଚେତ୍ ପାଇଲଟ୍ ରିସ୍କ ନେଇ ଲାଣ୍ଡିଂ କରାଇଥାଆନ୍ତି। ତେବେ ଅଟୋମେଟେଡ୍ ୱେଦର ଅବଜରଭେସନ୍‌ ସିଷ୍ଟମ୍ ଦ୍ୱାରା ଏହି ସମସ୍ୟା ଦୂର ହେବ। ଆସନ୍ତା ଅକ୍ଟୋବର ସୁଦ୍ଧା ଅଟୋମେଟେଡ୍ ୱେଦର ଅବଜର୍ଭେସନ୍ ସିଷ୍ଟମ୍ ଲଗାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି।

Related story