ଖସିଛି ବିଜେଡିର ପତିଆରା

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟ ପାଇଁ ହୋଇଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଏପର୍ଯ୍ୟନ୍ତ ପ୍ରତିପକ୍ଷଙ୍କ ଠାରୁ ଆଗୁଆ ତ ରହିଛି କିନ୍ତୁ ପୂର୍ବ ପତିଆରା ହରାଇଛି। ୨୦୧୨ ନିର୍ବାଚନରେ ପ୍ରଥମ ଦୁଇଟି ପର୍ଯ୍ୟାୟ ଫଳାଫଳ ସହ ତୁଳନା କଲେ ଏଥର ବିଜେଡିକୁ ପାଖାପାଖି ୮୬ ସିଟ୍‌ରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ୨୦୧୨ରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ମୋଟ ୩୬୩ଟି ଆସନରୁ ବିଜେଡି ୨୯୦ ଆସନ କବ୍‌ଜା କରିଥିବା ବେଳେ ଚଳିତ ଥର ସେଇ […]

bjd

Rakesh Mallick
  • Published: Thursday, 16 February 2017
  • , Updated: 17 February 2017, 07:53 AM IST

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟ ପାଇଁ ହୋଇଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଏପର୍ଯ୍ୟନ୍ତ ପ୍ରତିପକ୍ଷଙ୍କ ଠାରୁ ଆଗୁଆ ତ ରହିଛି କିନ୍ତୁ ପୂର୍ବ ପତିଆରା ହରାଇଛି।

୨୦୧୨ ନିର୍ବାଚନରେ ପ୍ରଥମ ଦୁଇଟି ପର୍ଯ୍ୟାୟ ଫଳାଫଳ ସହ ତୁଳନା କଲେ ଏଥର ବିଜେଡିକୁ ପାଖାପାଖି ୮୬ ସିଟ୍‌ରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

୨୦୧୨ରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ମୋଟ ୩୬୩ଟି ଆସନରୁ ବିଜେଡି ୨୯୦ ଆସନ କବ୍‌ଜା କରିଥିବା ବେଳେ ଚଳିତ ଥର ସେଇ ସମାନ ଆସନରୁ ବିଜେଡି ୨୦୪ଟିରେ ଜିତିବାର ସକ୍ଷମ ହୋଇଛି।

ଶୋଚନୀୟ ପ୍ରଦର୍ଶନ ସହ କଂଗ୍ରେସ ଆସନ ସଂଖ୍ୟା ପାଖାପାଖି ଅଧାକୁ ଖସି ଆସିଛି। ୨୦୧୨ ନିର୍ବାଚନରେ ଦଳ ୪୭ଟି ଆସନ ହାସଲ କରିଥିବା ବେଳେ ଏଥର ଏହି ସଂଖ୍ୟା ୨୫କୁ ଖସି ଆସିଛି।

ଜବରଦସ୍ତ ପ୍ରଦର୍ଶନ ସହ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନରେ ସ୍ଥିତି ମଜଭୁତ କରିଛି ବିଜେପି। ଗତବର୍ଷ ତୁଳନାରେ ବିଜେପିକୁ ଏଥର ମିଳିଛି ବିପୁଳ ସଫଳତା। ପୂର୍ବ ନିର୍ବାଚନରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେପି ମାତ୍ର ୧୨ଟି ଆସନ ହାତେଇଥିବା ବେଳେ ଏଥର ୧୨୧ଟି ଆସନ ହାସଲ କରି ଶାସକ ବିଜେଡିକୁ କଡ଼ା ଟକ୍କର ଦେଇଛି। ତେବେ ବିଭିନ୍ନ କାରଣରୁ ୬ଟି ଆସନରେ ଫଳାଫଳ ସ୍ପଷ୍ଟ ହୋଇ ନଥିବାରୁ ଏହି ସଂଖ୍ୟା କମ୍‌ ବେଶି ହେବାର ସମ୍ଭାବନା ରହିଛି।

ଦୁଇଟି ପର୍ଯ୍ୟାୟର ଭୋଟ୍ ଗଣତି ସରିଥିଲେ ମଧ୍ୟ ବିଧିବଦ୍ଧ ଭାବେ ରାଜ୍ୟ ନିର୍ବାଚନ କମିଶନ ଫଳାଫଳ ଘୋଷଣା କରି ନାହାନ୍ତି।

Related story