କନିଆଁ ୧୬କୁ ବର ୪୦: ଧରା ପଡ଼ିଲା ବାଲ୍ୟବିବାହ, ଦୁଇ ପିଲାର ବାପାକୁ ବାହା ହୋଇଥିଲା ନାବାଳିକା
ଭୁବନେଶ୍ୱର: ତୁଳସୀ ଗଛକୁ ସାକ୍ଷୀ ରଖି ବାହାଘର। ୧୬ ବର୍ଷୀୟା ନାବାଳିକାର ଇଚ୍ଛା ବିରୋଧରେ ଯାଇ ପରିବାର ଲୋକେ ଜଣେ ୪୦ ବର୍ଷର ବ୍ୟକ୍ତିଙ୍କ ସହିତ ତାକୁ ବାହା କରାଇ ଦେଇଛନ୍ତି। ଏହାକୁ ସାହି ଓ ପଡ଼ିଶା ଲୋକ ମଧ୍ୟ ସ୍ୱୀକୃତି ଦେଇଥିବା ଅଭିଯୋଗ ହୋଇଛି। ବାହାଘରର ୭ ଦିନ ପରେ ଘଟଣା ପଦାକୁ ଆସିବା ପରେ, ସିଡବ୍ଲ୍ୟୁସି ଓ ପୋଲିସ ନାବାଳିକାକୁ ଉଦ୍ଧାର କରିଛି। ଏପରି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ।
[vc_video link="" align="center"]
ପୂରା ଘଟଣାଟି ଏହିପରି। ତମାଣ୍ଡୋ ଥାନା ନପୁଟ ଗାଁର ଶଙ୍କର। ପେସାରେ ଜଣେ ଚାଷୀ। ଦୁଇଟି ପିଲାର ବାପା। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଜଣେ ନାବାଳିକାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କିନ୍ତୁ ନାବାଳିକା ଜଣକ ଏହି ବାହାଘରକୁ ବିରୋଧ କରିଥିଲେ। ମାତ୍ର ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ, ବାପା ମାଆଙ୍କ ଚାପ ଆଗରେ ସେ ମୁଣ୍ଡ ନୁଆଁଇଥିଲା। ଶେଷରେ କିଛି ଉପାୟ ନପାଇ ତାଠାରୁ ଆନୁମାନିକ ୨୫ ବର୍ଷ ବଡ଼ ଜଣେ ଲୋକକୁ ବାହା ହେବାକୁ ସେ ରାଜି ହୋଇଥିଲା। ଗାଁ ଲୋକଙ୍କ ଉପସ୍ଥିତି ଓ ତୁଳସୀ ଗଛ ସାକ୍ଷୀରେ ହୋଇଥିଲା ବାହାଘର। ନାବାଳିକା ଜଣକ ସଂସାରର ସମ୍ପର୍କରେ ଜାଣିବା ଆଗରୁ ଶଙ୍କରଙ୍କୁ ବର ରୂପେ ସ୍ୱୀକାର କଲେ। ମୁଣ୍ଡରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ବଧୂ ସାଜିଲେ।
କିନ୍ତୁ ବାହାଘରର ୭ ଦିନ ପରେ ଏହି ଘଟଣା ପ୍ରଘଟ ହୋଇଗଲା। ସିଡବ୍ଲ୍ୟୁସି ଓ ପୋଲିସ ଗାଁରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛି। ଏବେ ନାବାଳିକା ଜଣକ ସିଡବ୍ଲ୍ୟୁସି ହେପାଜତରେ ରହିଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି।
Ordigital Desk
• Published: Tuesday, 18 July 2017
• Updated: 18 July 2017, 07:01 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos