ସପିଂ ମଲରେ ସିଏମ୍‌ଙ୍କ ସହ ସେଲ୍‌ଫି; ବଜାର ବୁଲିଲେ ନବୀନ

ଭୁବନେଶ୍ୱର: ସପିଂରେ ବାହାରିଛନ୍ତି ସିଏମ୍। ସାଥୀରେ ଅଛନ୍ତି ଉଭଣୀ। ବଜାରର ଭିଡ଼ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟାଙ୍କୁ ଦେଖି ତାଜୁବ୍ ହୋଇଗଲେ ଦେଖଣାହାରୀ। ଗତକାଲି ସଂଧ୍ୟାରେ ହଠାତ୍ ଗୀତାଙ୍କୁ ସାଥୀରେ ନେଇ ନବୀନ ପହଞ୍ଚିଥିଲେ ଭୁବନେଶ୍ୱର ପଲ୍ ହାଇଟ୍‌ସ୍ଥିତ ଅକ୍ସଫେ।ର୍ଡ ବୁକ୍ ଷ୍ଟୋରରେ। ମାତ୍ର ୧୦ ମିନିଟ୍‌ର ରହଣୀ। କିଛି ମନପସନ୍ଦର ଅନ୍ତର୍ଜାତୀୟ ଲେଖକଙ୍କ କ୍ଳାସିକ୍ ଉପରେ ପଡିଥିଲା ନବୀନଙ୍କ ନଜର। ୫ଖଣ୍ଡ ବହି କିଣିବା ପରେ ନବୀନ ଫେରି ଯାଇଥିଲେ। […]

naveen

Rakesh Mallick
  • Published: Thursday, 09 March 2017
  • , Updated: 09 March 2017, 06:01 PM IST

ଭୁବନେଶ୍ୱର: ସପିଂରେ ବାହାରିଛନ୍ତି ସିଏମ୍। ସାଥୀରେ ଅଛନ୍ତି ଉଭଣୀ। ବଜାରର ଭିଡ଼ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟାଙ୍କୁ ଦେଖି ତାଜୁବ୍ ହୋଇଗଲେ ଦେଖଣାହାରୀ। ଗତକାଲି ସଂଧ୍ୟାରେ ହଠାତ୍ ଗୀତାଙ୍କୁ ସାଥୀରେ ନେଇ ନବୀନ ପହଞ୍ଚିଥିଲେ ଭୁବନେଶ୍ୱର ପଲ୍ ହାଇଟ୍‌ସ୍ଥିତ ଅକ୍ସଫେ।ର୍ଡ ବୁକ୍ ଷ୍ଟୋରରେ। ମାତ୍ର ୧୦ ମିନିଟ୍‌ର ରହଣୀ। କିଛି ମନପସନ୍ଦର ଅନ୍ତର୍ଜାତୀୟ ଲେଖକଙ୍କ କ୍ଳାସିକ୍ ଉପରେ ପଡିଥିଲା ନବୀନଙ୍କ ନଜର। ୫ଖଣ୍ଡ ବହି କିଣିବା ପରେ ନବୀନ ଫେରି ଯାଇଥିଲେ। ବହି ପଇସା ସେ ନିଜେ ଦେଇଥିଲେ। ଏସବୁ ଭିତରେ କିନ୍ତୁ ରାଜ୍ୟ ମୁଖିଆଙ୍କ ସହ ସେଲଫି ନେବାକୁ ଭୁଲି ନଥିଲେ ମଲ୍‌ରେ ବୁଲୁଥିବା ଲୋକେ। ସବୁବେଳେ ଏକ ବନ୍ଧନୀ ଭିତରେ ଜୀବନ କାଟୁଥିବା ନବୀନ ହଠାତ୍ କେମିତି ଆସିଲେ ବଜାର ବୁଲିବାକୁ। ପ୍ରଥମ ଥର ପାଇଁ ନବୀନଙ୍କ ଏ ସାଧାରଣ ଜୀବନଚର୍ଯ୍ୟା ଗଦା ଗଦା ପ୍ରଶ୍ନ ତିଆରି କରିଛି।

ସରକାରୀ ହେଉ କି ବେସରକାରୀ କାମ, ମୁଖ୍ୟମନ୍ତ୍ରୀ ଘରୁ ଗୋଡ଼ କାଢିଲେ ବାଜି ଉଠେ ସାଇରନ୍। ଦ୍ରୁତଗତିରେ ମାଡିଆସେ କାର୍କେଡ୍। ଆଗୁଆ ପ୍ରସ୍ତୁତ ହୋଇ ରହିଥାନ୍ତି ଗଣମାଧ୍ୟମ ପ୍ରତିନିଧିମାନେ। ହେଲେ ଏଥର କିନ୍ତୁ ଏସବୁ ଘଟି ନଥିଲା। ମୁଖ୍ୟମନ୍ତ୍ରୀ ଆସିଥିଲେ ବହି କିଣିବାକୁ, ହେଲେ କାହାପାଖରେ ଖବର ନଥିଲା।

ଏମିତିରେ ରାଜନୀତି ବାଦ୍ ନବୀନଙ୍କ ଜଣେ ସୌଖୀନ୍ ଲେଖକ ମଧ୍ୟ। ଅନେକ ବହି ବି ଲେଖିଛନ୍ତି ସେ। The Garden of Life, A Second Paradise: Indian Courtly Life, 1590-1947, A Desert Kingdom: The Rajputs of Bikaner  ଭଳି ପୁସ୍ତକ ପାଠକଙ୍କୁ ମୁଗ୍ଧ କରିଛି।

ତେବେ ଭୁବନେଶ୍ୱରର ବହି ଦୋକାନ ବୁଲି ବହି କିଣିବା, ତାହାପୁଣି ଉଭଣୀଙ୍କୁ ସାଥୀରେ ନେଇ। କଥାଟା ଚର୍ଚ୍ଚା ସାଉଁଟିଛି।

ଚର୍ଚ୍ଚା ହେଉଛି, କିଛିଦିନ ହେଲା ଗୁମସୁମ୍ ରହୁଥିବା ନବୀନ ଏବେ ମନଫୁର୍ତ୍ତି କରିବାକୁ ଏମିତିଆ ବାହାରି ଆସିଛନ୍ତି। ନୂଆ ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ଅନେକ ସମୟରେ ନବୀନ ଏମିତି ବଜାର ଆସିଛନ୍ତି। କେତେବେଳେ ରାସ୍ତାକଡରୁ ଆମ୍ୱ କିଣିଛନ୍ତି ତ କେତେବେଳେ ଗୁପଚୁପ୍ ଦୋକାନୀ ପାଖରେ ଅଟକି ଯାଇଛନ୍ତି। ହେଲେ ରାଜନୀତି ଧାର୍ ଧରିବା ପରେ ଏସବୁ ଯେମିତି ତାଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଥିଲା। ଆଉ ଏବେ ପୁଣି ବହିକିଣା ବାହାନାରେ ଘରୁ ଗୋଡ କାଢିଛନ୍ତି ନବୀନ।

Related story