କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ କେହି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ ଭବନର କିଛି ଝରକାର କାଚ ସହିତ ସିସିଟିଭି ଭଙ୍ଗା ଯାଇଛି। ଦୁର୍ବୃତ୍ତ ଫୁଲକୁଣ୍ଡଗୁଡ଼ିକୁ ଭାଙ୍ଗି ମୁଖ୍ୟ ଫାଟକ ନିକଟରେ ଫୋପାଡ଼ି ଦେଇଛି। କିଏ ଓ କ’ଣ ପାଇଁ କଂଗ୍ରେସ ଭବନ ପରିସରରେ ଭଙ୍ଗାରୁଜା କରିଛି ତାହା ଜଣାପଡ଼ିନି। ଗତକାଲି ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯିବାର ଥିଲା। ତେବେ ହରିପ୍ରସାଦ […]

congress-bhawan-1

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 10:10 AM IST

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ କେହି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ ଭବନର କିଛି ଝରକାର କାଚ ସହିତ ସିସିଟିଭି ଭଙ୍ଗା ଯାଇଛି। ଦୁର୍ବୃତ୍ତ ଫୁଲକୁଣ୍ଡଗୁଡ଼ିକୁ ଭାଙ୍ଗି ମୁଖ୍ୟ ଫାଟକ ନିକଟରେ ଫୋପାଡ଼ି ଦେଇଛି।

କିଏ ଓ କ’ଣ ପାଇଁ କଂଗ୍ରେସ ଭବନ ପରିସରରେ ଭଙ୍ଗାରୁଜା କରିଛି ତାହା ଜଣାପଡ଼ିନି।

ଗତକାଲି ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯିବାର ଥିଲା। ତେବେ ହରିପ୍ରସାଦ କଂଗ୍ରେସ ଭବନକୁ ଆସିଥିଲେ ମଧ୍ୟ ସେପରି କିଛି ହୋଇ ନ ଥିଲା।

Related story