ଯୌତୁକ ପାଇଁ ମହିଳାଙ୍କୁ କିରୋସିନ ଢାଳି ହତ୍ୟା

ଭୁବନେଶ୍ୱର: ଯୌତୁକ ପାଇଁ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗୋକନ ଗାଁରେ ଜଣେ ମହିଳାଙ୍କୁ କିରୋସିନ ଢାଳି ହତ୍ୟା କରାଯାଇଥିବା ନେଇ ଆଜି ଅଭିଯୋଗ ହୋଇଛି। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୂଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍‌ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ମୃତ ମହିଳାଙ୍କ ଭାଇ ପ୍ରଭାତ କୁମାର ବରାଳ କହିଛନ୍ତି, “ବିବାହର ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା। ଯୌତୁକ ପାଇଁ ମୋ ଭଉଣୀକୁ ତା’ […]

dowry-death

Rakesh Mallick
  • Published: Friday, 02 September 2016
  • , Updated: 02 September 2016, 03:09 PM IST

ଭୁବନେଶ୍ୱର: ଯୌତୁକ ପାଇଁ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗୋକନ ଗାଁରେ ଜଣେ ମହିଳାଙ୍କୁ କିରୋସିନ ଢାଳି ହତ୍ୟା କରାଯାଇଥିବା ନେଇ ଆଜି ଅଭିଯୋଗ ହୋଇଛି। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୂଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍‌ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ମୃତ ମହିଳାଙ୍କ ଭାଇ ପ୍ରଭାତ କୁମାର ବରାଳ କହିଛନ୍ତି, “ବିବାହର ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା। ଯୌତୁକ ପାଇଁ ମୋ ଭଉଣୀକୁ ତା’ ଶ୍ୱଶୁର ଘର ଲୋକ ମାରି ଦେଇଛନ୍ତି। ଟଙ୍କା ପଇସା ପାଇଁ ସବୁବେଳେ ଜ୍ୱାଇଁ ଭଉଣୀଙ୍କୁ ଆମ ଘରକୁ ପଠାଏ। ଜ୍ୱାଇଁ ମଦ ପିଇ ଭଉଣୀକୁ ମାରପିଟ୍‌ କରେ। କିଛି ଦିନ ପୂର୍ବରୁ ଗାଡ଼ି କିଣିବା ପାଇଁ ଦଶ ହଜାର ଟଙ୍କା ଦେଇଥିଲି। ମୋ ଭଉଣୀକୁ ତା’ ଶ୍ୱଶୁର  ଘର  ଲୋକ ପ୍ରଥମେ ହତ୍ୟା କରିଛନ୍ତି ପରେ କିରୋସିନ୍‌ ଢାଳି ପୋଡ଼ି ଦେଇଛନ୍ତି।”

ପିପିଲି ପୋଲିସ୍ ପକ୍ଷରୁ କୁହାଯାଇଛି,“ପ୍ରଭାତ ଆମକୁ କହିଥିଲେ ଯେ ତାଙ୍କ ଭଉଣୀଙ୍କୁ ଶ୍ୱଶୁର ଘର ଲୋକେ କିରୋସିନି ଢାଳି ହତ୍ୟା କରିଛନ୍ତି ଓ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ତାଙ୍କର ଶବ ଅଛି। ଖବର ପାଇ ଆମେ କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ଆସିଥିଲୁ। ତଦନ୍ତ ପରେ ପ୍ରକୃତ କଥା ଜଣାପଡ଼ିବ।”

Related story