ଇଚ୍ଛାଧୀନ କୋଟାରେ ମାଡ଼ିବସିଥିବା ପ୍ଳଟ୍ ଓ ଫ୍ଳାଟ୍ କେବେ ଉଚ୍ଛେଦ ହେବ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଚ୍ଛାଧୀନ କୋଟାରେ ହାତେଇଥିବା ଏକାଧିକ ପ୍ଳଟ୍ ଓ ଫ୍ଳାଟ୍ ବାତିଲ ହେବ। ଏନେଇ ପୂର୍ବତନ ଆଇନ୍‌ ଓ ନଗର ଉନ୍ନୟନ ମନ୍ତ୍ରୀ ୨୦୧୪ ଅଗଷ୍ଟ ୧୮ ତାରିଖରେ ଘୋଷଣା କରିଥିଲେ। ଇତି ମଧ୍ୟରେ ୩ ବର୍ଷ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ ଗୋଟିଏ ବି ପ୍ଳଟ୍ କି ଫ୍ଳାଟ୍ ବାତିଲ ହୋଇନାହିଁ। ବଡ଼କଥା ହେଉଛି ଯେଉଁ ୩ ଜଣ ନିଜଆଡୁ ଘର ଫେରାଇବାକୁ ଆବେଦନ କରିଥିଲେ, ସେମାନଙ୍କ ଘରକୁ ବି ସରକାର ନିଜ ଅଧୀନକୁ […]

Land-scam-in-Bhubaneswar

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 07:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଚ୍ଛାଧୀନ କୋଟାରେ ହାତେଇଥିବା ଏକାଧିକ ପ୍ଳଟ୍ ଓ ଫ୍ଳାଟ୍ ବାତିଲ ହେବ। ଏନେଇ ପୂର୍ବତନ ଆଇନ୍‌ ଓ ନଗର ଉନ୍ନୟନ ମନ୍ତ୍ରୀ ୨୦୧୪ ଅଗଷ୍ଟ ୧୮ ତାରିଖରେ ଘୋଷଣା କରିଥିଲେ। ଇତି ମଧ୍ୟରେ ୩ ବର୍ଷ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ ଗୋଟିଏ ବି ପ୍ଳଟ୍ କି ଫ୍ଳାଟ୍ ବାତିଲ ହୋଇନାହିଁ। ବଡ଼କଥା ହେଉଛି ଯେଉଁ ୩ ଜଣ ନିଜଆଡୁ ଘର ଫେରାଇବାକୁ ଆବେଦନ କରିଥିଲେ, ସେମାନଙ୍କ ଘରକୁ ବି ସରକାର ନିଜ ଅଧୀନକୁ ନେଇ ନାହାନ୍ତି।

ସୂଚନା ଅଧିକାର ଆଇନ୍‌ରେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦେଇଥିବା ତଥ୍ୟ ଅନୁଯାୟୀ, ବିଧାୟକ ପ୍ରଣବ ବଳବନ୍ତରାୟ, ସଜଲ କୁମାର ମୌଲିକ୍ ଓ ସ୍ନିଗ୍ଧାରାଣୀ ସାହୁ ଇଚ୍ଛାଧୀନ କୋଟାରେ ପାଇଥିବା ଘର ଫେରାଇବାକୁ ଆବେଦନ କରିଥିଲେ। ତେବେ ଘର ଫେରାଇବା ପାଇଁ ସରକାର ଏପର୍ଯ୍ୟନ୍ତ ମୋଡ଼ାଲିଟି ପ୍ରସ୍ତୁତ କରିନଥିବାରୁ ନିଜ ଅଧୀନକୁ ଘର ନେଇପାରୁନି ଷ୍ଟେଟ୍ ହାଉସିଂ ବୋର୍ଡ। ବୋର୍ଡ ଇଚ୍ଛାଧୀନ କୋଟାରେ ଘର ନେଇଥିବା ୬୬ ଜଣଙ୍କ ମଧ୍ୟରୁ ୪୨ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ସେହିପରି ଏକାଧିକ ପ୍ଳଟ୍ କିମ୍ବା ଫ୍ଳାଟ୍ ନେଇଥିବା ୨୪ ଜଣଙ୍କୁ ମଧ୍ୟ ନୋଟିସ୍ ହୋଇଛି। ନୋଟିସ୍ ଯାଇଥିବା ଲୋକଙ୍କ ଭିତରେ ଆଇଏଏସ୍ ସଂଜୀବ କୁମାର ମିଶ୍ର ଓ ବିଧାୟିକା ଟୁକୁନି ସାହୁ ମଧ୍ୟ ଅଛନ୍ତି।

ଷ୍ଟେଟ୍ ହାଉସିଂ ବୋର୍ଡ ସଚିବ ରାଜେନ୍ଦ୍ର କୁମାର ନାୟକ କହିଛନ୍ତି-“ଇଚ୍ଛାଧୀନ କୋଟାରେ ଥିବା ଘର ଫେରାଇବା ପାଇଁ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ଆସିନି। ମୋଠାଲିଟି ଫିକ୍ସ ହୋଇଗଲେ ସବୁ ସମସ୍ୟା ସମାଧାନ ହୋଇଯିବ। ସରକାରୀ ସ୍ତରରେ କୌଣସି ଅସୁବିଧା ପାଇଁ ତାହା ଅଟକି ରହିଛି।”

ଇଚ୍ଛାଧୀନ କୋଟାରେ ବିଡିଏରୁ ୭୯୧, ସିଡିଏରୁ ୯୨୧ ଓ ହାଉସିଂ ବୋର୍ଡରୁ ୬୭ ଜଣ ଲୋକ ଘର ନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବିଧାୟକ, ଆଇଏଏସ୍ ଓ ଆଇପିଏସ ଅଧିକାରୀ ସମେତ ଅନେକ ପ୍ରଭାବଶାଳୀ ଲୋକ। ତେବେ ସମସ୍ତଙ୍କୁ ଏ ପର୍ଯ୍ୟନ୍ତ କାରଣ ଦର୍ଶାଅ ନୋଟିସ୍ ଦିଆଯାଇ ପାରିନାହିଁ। ୨୦୧୪ ଡିସେମ୍ବରରେ କ୍ୟାବିନେଟ୍ ଘୋଷଣା ଓ ସରକାରଙ୍କ କାମରେ ଆକାଶପାତାଳ ଫରକ୍ ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଳଟ୍ ଓ ଫ୍ଳାଟ୍ ଥିଲେ ଉଚ୍ଛେଦ ହେବ। ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି ପ୍ଲଟ୍‌ ଉଚ୍ଛେଦ ହୋଇପାରିନି। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ଘୋଷଣା ସର୍ବସ୍ୱ ସରକାର ଚାଲିଛି।”

କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ କିଛନ୍ତି-“ଇଚ୍ଛାଧୀନ କୋଟାରେ ହାତେଇଥିବା ଏକାଧିକ ପ୍ଳଟ୍ ଓ ଫ୍ଳାଟ୍ ଉଚ୍ଛେଦ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଉଚ୍ଛଦ କରାଯାଇନି। ଏଥିରୁ ଜଣାପଡ଼ୁଛି ରାଜ୍ୟରେ କେମିତି ଶାସନ୍ ଚାଲିଛି।”

ବିଜେଡି ମୁଖପାତ୍ର ପ୍ରତାବ ଦେବ କହିଛନ୍ତି-“ଇଚ୍ଛାଧୀନ କୋଟାରେ ହାତେଇଥିବା ଏକାଧିକ ପ୍ଳଟ୍ ଓ ଫ୍ଳାଟ୍ ଉଚ୍ଛେଦ ପାଇଁ ପ୍ରକ୍ରିୟା ଚାଲିଛି। ମାତ୍ର ଏଥିପାଇଁ ରାଜ୍ୟ ସରକାର ଲକ୍ଷ୍ୟଚ୍ୟୁତ ହୋଇନାହାନ୍ତି।”

Related story