ଅନନ୍ତଙ୍କ ଇସ୍ତଫା ଦାବିରେ ସ୍ମାରକପତ୍ର ଦେଲା କଂଗ୍ରେସ

ଭୁବନେଶ୍ୱର: ରିଷି ମୃତ୍ୟୁ ଓ ଭାଇରାଲ୍ ଭିଡିଓ ମାମଲାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ସହିତ ସିବିଆଇ ତଦନ୍ତ ଦାବିରେ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଜ୍ୟର ସବୁ ବ୍ଲକରେ କଂଗ୍ରେସ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି। କଟକ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି କଟକ ନଗର କଂଗ୍ରେସ। କଟକ ନଗର ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲା। ସେହିପରି ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆର୍‌ଡିସିଙ୍କୁ […]

congress-dabipatra

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 10:40 PM IST

ଭୁବନେଶ୍ୱର: ରିଷି ମୃତ୍ୟୁ ଓ ଭାଇରାଲ୍ ଭିଡିଓ ମାମଲାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ସହିତ ସିବିଆଇ ତଦନ୍ତ ଦାବିରେ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଜ୍ୟର ସବୁ ବ୍ଲକରେ କଂଗ୍ରେସ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି।

କଟକ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି କଟକ ନଗର କଂଗ୍ରେସ। କଟକ ନଗର ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲା। ସେହିପରି ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆର୍‌ଡିସିଙ୍କୁ ସାକ୍ଷାକ କରି ସ୍ମାରକପତ୍ର ପ୍ରଦାନ କରିଥିଲେ।

ରାଜଧାନୀରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି,“ଏସବୁ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଡିଓଙ୍କ ମାଧ୍ୟମରେ ଆମେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦେଇଛୁ। ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ମେୟର ଇସ୍ତଫା ଦେବାକୁ ଆମେ ଦାବି କରିଛୁ।”

ରିଷି ମୃତ୍ୟୁ ଓ ଭାଇରାଲ୍ ଭିଡିଓ ମାମଲାରେ ମେୟରଙ୍କ ଇସ୍ତଫା ଦାବିରେ ଆଜି କଂଗ୍ରେସ ପକ୍ଷରୁ ସବୁ ବ୍ଲକ୍‌ରେ ବିକ୍ଷୋଭ କରାଯିବାକୁ ସ୍ଥିର କରାଯାଇଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇସାରିଥିବା ଯୋଗୁଁ ଏହାକୁ ଗତକାଲି ବାତିଲ କରି ଦିଆଯାଇଥିଲା।

ପଥପ୍ରାନ୍ତ ସଭା ଓ ଗୀତ ମାଧ୍ୟମରେ ଲୋକଙ୍କ ପାଖକୁ ଗଲା ବିଜେପି

ମେୟରଙ୍କ ଇସ୍ତଫା ଦାବି ନେଇ ଭିନ୍ନ ଢଙ୍ଗରେ ଆନ୍ଦୋଳନ ଆରମ୍ଭ କରିଛି ବିଜେପି। ପଥପ୍ରାନ୍ତ ସଭା ଓ ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ମେୟରଙ୍କ ବିରୋଧରେ ତଥ୍ୟ ଦେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଜନତା ଦରବାର କରିଛି ଦଳ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି,“ମୁଖ୍ୟମନ୍ତ୍ରୀ ଓ ମେୟରଙ୍କ ମଧ୍ୟରେ କିଛି ସିଧାସଳଖ ସମ୍ପର୍କ ରହିଛି। ଏତେ ଚାପ ପଡ଼ିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠନ ନେଉନାହାନ୍ତି। ଏହାକୁ ନେଇ ଆଜିଠାରୁ ଆମେ ଜନସାଧାରଣଙ୍କ ପାଖକୁ ଯିବା ଆରମ୍ଭ କରିଛୁ।”

ରିଷି ମୃତ୍ୟୁ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେଲା ସୌରଭ

ରିଷି ମୃତ୍ୟୁ ଘଟଣାରେ ଆଜି ପୁଣି ଥରେ ତାଙ୍କ ସାଙ୍ଗ ସୌରଭ ନନ୍ଦ ତଦନ୍ତ କରୁଥିବା ଏସିପି ଜୋନ୍‌-୩ ଅଧିକାରୀ ତଦନ୍ତ ପଟ୍ଟନାୟକଙ୍କ ପାଖରେ ହାଜର ହୋଇ ବୟାନ ଦେଇଛନ୍ତି। ଘଟଣା ଦିନ ମେସ୍‌ରେ କ’ଣ ଘଟିଥିଲା ଓ ରିଷି ବ୍ରାଉନସଗୁଗାର ନେଇ ଥିଲେ କି ନାହିଁ ସେ ନେଇ ତାଙ୍କୁ ପଚରାଉଚରା କରାଯାଇଛି।

Related story