କୋହଲା ପାଗ ସାଙ୍ଗକୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ପାଗ କୋହଲା ଯୋଗୁଁ ଜନଜୀବନ ଏକ ପ୍ରକାର ଠପ୍‌ ହୋଇଯାଇଛି। ଆକାଶ ମେଘାଚ୍ଛନ୍ନ ଥିବାରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ଗତ ୩ ଦିନ ହେଲା ରାଜଧାନୀରେ ଏପରି ପାଗ ଲାଗି ରହିଛି। ୬ ତାରିଖ ସକାଳୁ ରାଜଧାନୀର ଆକାଶ ମେଘୁଆ ରହିଥିବା ବେଳେ ଅପରାହ୍ନରେ ସାମାନ୍ୟ ବର୍ଷା ହୋଇଥିଲା। ସେହିପରି ଗତକାଲି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପାଣିପାଗ ବିଭାଗ ପକ୍ଷରୁ […]

rain

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 06:10 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ପାଗ କୋହଲା ଯୋଗୁଁ ଜନଜୀବନ ଏକ ପ୍ରକାର ଠପ୍‌ ହୋଇଯାଇଛି। ଆକାଶ ମେଘାଚ୍ଛନ୍ନ ଥିବାରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ଗତ ୩ ଦିନ ହେଲା ରାଜଧାନୀରେ ଏପରି ପାଗ ଲାଗି ରହିଛି। ୬ ତାରିଖ ସକାଳୁ ରାଜଧାନୀର ଆକାଶ ମେଘୁଆ ରହିଥିବା ବେଳେ ଅପରାହ୍ନରେ ସାମାନ୍ୟ ବର୍ଷା ହୋଇଥିଲା। ସେହିପରି ଗତକାଲି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆହୁରି ୫ ଦିନ ପର୍ଯ୍ୟନ୍ତ ଏପରି ପାଗ ଲାଗି ରହିବ। ମାର୍ଚ୍ଚ ୧୫ ତାରିଖ ପରେ ତାପମାତ୍ର ବଢିପାରେ। ତେବେ ପୂରା ମାର୍ଚ୍ଚ ମାସରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ ନାହିଁ।

କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି।

Related story