ସୁଦୀପ ଓ ତାପସଙ୍କ ଗିରଫ ପ୍ରତିବାଦରେ ସିବିଆଇ ଅଫିସ୍ ସମ୍ମୁଖରେ ଟିଏମ୍‌ସିର ବିକ୍ଷୋଭ

ଭୁବନେଶ୍ୱର: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ତାପସ ପାଲ୍ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଗିରଫ କରାଯିବା ପ୍ରତିବାଦରେ ଆଜି ଦଳ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପଶ୍ଜିମ ବଙ୍ଗର ରାମନଗର ବିଧାୟକ ଅଖିଳ ଗିରିଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା। ଅଖିଳ ଗିରି କହିଛନ୍ତି,“ଉଭୟ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲ୍ ନିର୍ଦ୍ଦୋଷ। ସେମାନଙ୍କ ପଛରେ ଦଳ ଅଛି ବୋଲି କହିବାକୁ ଆମେ ଏଠାକୁ ଆସିଛୁ। […]

tmc1

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 11:45 AM IST

ଭୁବନେଶ୍ୱର: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ତାପସ ପାଲ୍ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଗିରଫ କରାଯିବା ପ୍ରତିବାଦରେ ଆଜି ଦଳ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପଶ୍ଜିମ ବଙ୍ଗର ରାମନଗର ବିଧାୟକ ଅଖିଳ ଗିରିଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା।

ଅଖିଳ ଗିରି କହିଛନ୍ତି,“ଉଭୟ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲ୍ ନିର୍ଦ୍ଦୋଷ। ସେମାନଙ୍କ ପଛରେ ଦଳ ଅଛି ବୋଲି କହିବାକୁ ଆମେ ଏଠାକୁ ଆସିଛୁ। ବିଜେପିର ପ୍ରରୋଚନାରେ ସିବିଆଇ ସେମାନଙ୍କୁ ଗିରଫ କରିଛି। ତୃଣମୂଳ କଂଗ୍ରେସକୁ ଖତମ କରି ଦେବାକୁ ଏହା ବିଜେପିର ଏକ ଷଡ଼ଯନ୍ତ୍ର।”

ସେ କହିଛନ୍ତି,“ନୋଟ୍‌ବନ୍ଦୀ ଓ ଏହି ଗିରଫଦାରୀ ପ୍ରତିବାଦରେ ଆସନ୍ତା ୧୦ ତାରିଖରେ ତୃଣମୂଳ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ରାଲି କରାଯିବା।”

ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ରାଜନୈତିକ ଆକ୍ରୋଶ ରଖି ଗିରଫ କରାଯାଇଛି ବୋଲି ତାଙ୍କ ଓକିଲ ରାଜବୀ ମଜୁମଦାର କହିଛନ୍ତି। ସୁଦୀପ ରୋଜଭ୍ୟାଲିଠାରୁ ଟଙ୍କା ନେଇଛନ୍ତି ବୋଲି ସିବିଆଇ ପ୍ରମାଣ କରୁ ବୋଲି ସେ କହିଛନ୍ତି।

ତାପସ ପାଲଙ୍କୁ ଡିସେମ୍ବର ୩୦ ତାରିଖରେ ଗିରଫ କରାଯାଇଥିବା ବେଳେ ସୁଦୀପଙ୍କୁ ଗତକାଲି ଗିରଫ କରାଯାଇଥିଲା। ଉଭୟଙ୍କୁ କୋଲକାତାରୁ ଗିରଫ କରିଥିଲା ସିବିଆଇ।

Related story