ଭୁବନେଶ୍ୱର: ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆଜିଠୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସଡ଼କରେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆଜିଠୁ ଜୋରଦାର କାର୍ଯ୍ୟାନୁଷ୍ଠାନ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଡ଼କରେ ଆଇନ ଖିଲାପକାରୀଙ୍କୁ ଧରିବେ ପୋଲିସ ଓ ପରିବହନ ବିଭାଗ କର୍ମଚାରୀ। ପ୍ରଥମ ଥର ପାଇଁ ଚାଲାଣ କଟା କାର୍ଯ୍ୟକ୍ରମ ଆରମ୍ଭ ହେବ। ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ହେଉଥିବା, ରାସ୍ତା ଉପରେ ବେଆଇନ ପାର୍କିଂ କରିଥିବା, ଅତ୍ୟଧିକ ବେଗରେ ଗାଡ଼ି ଚଲାଉଥିବା, ମଦ୍ୟପାନ କରି ଗାଡ଼ି ଚଲାଉଥିବା କିମ୍ୱା ପରିବହନ ଗାଡ଼ିରେ ଯାତ୍ରୀ ନେଉଥିବା […]

bhu

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 01:50 AM IST

ଭୁବନେଶ୍ୱର: ସଡ଼କରେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆଜିଠୁ ଜୋରଦାର କାର୍ଯ୍ୟାନୁଷ୍ଠାନ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଡ଼କରେ ଆଇନ ଖିଲାପକାରୀଙ୍କୁ ଧରିବେ ପୋଲିସ ଓ ପରିବହନ ବିଭାଗ କର୍ମଚାରୀ। ପ୍ରଥମ ଥର ପାଇଁ ଚାଲାଣ କଟା କାର୍ଯ୍ୟକ୍ରମ ଆରମ୍ଭ ହେବ। ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ହେଉଥିବା, ରାସ୍ତା ଉପରେ ବେଆଇନ ପାର୍କିଂ କରିଥିବା, ଅତ୍ୟଧିକ ବେଗରେ ଗାଡ଼ି ଚଲାଉଥିବା, ମଦ୍ୟପାନ କରି ଗାଡ଼ି ଚଲାଉଥିବା କିମ୍ୱା ପରିବହନ ଗାଡ଼ିରେ ଯାତ୍ରୀ ନେଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଚାଲାଣ କଟା କାର୍ଯ୍ୟକ୍ରମ ଜୋରଦାର ହେବ। ଚାଲାଣର ଗୋଟିଏ କପି ନିୟମ ଉଲ୍ଲଂଘନକାରୀ ଏବଂ ଅନ୍ୟଟି ଆର୍ଟିଓଙ୍କ କାର୍ଯ୍ୟାଳୟକୁ ଯିବ। ସେଠାରୁ ସମ୍ପୃକ୍ତ ଗାଡ଼ିର ଠିକଣାରେ ଏକହଜାର ଠାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପଠାଯିବ। ଆବଶ୍ୟକସ୍ଥଳେ ତିନିମାସ ପାଇଁ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି ଭୁବନେଶ୍ୱର-ଟୁ ଆର୍ଟିଓ ସୂଚନା ଦେଇଛନ୍ତି।

Related story