ଭୁବନେଶ୍ୱର: ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଝାରପଡ଼ା ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ବେଣୁଧର ଜେନା। ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲେ। ବେଣୁଧରଙ୍କ ମୃତ୍ୟୁ ନେଇ ଜେଲର ଅନ୍ୟ ଅନ୍ତେବାସୀମାନେ ପ୍ରତିବାଦ କରିଛନ୍ତି। ତେବେ କେମିତି ଓ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ବେଣୁଧରଙ୍କୁ ୩ ଦିନ ହେବ ଜ୍ୱର ହୋଇଥିଲା କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା  ପୁତୁରା […]

jail

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 07:08 AM IST

ଭୁବନେଶ୍ୱର: ଝାରପଡ଼ା ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ବେଣୁଧର ଜେନା। ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲେ। ବେଣୁଧରଙ୍କ ମୃତ୍ୟୁ ନେଇ ଜେଲର ଅନ୍ୟ ଅନ୍ତେବାସୀମାନେ ପ୍ରତିବାଦ କରିଛନ୍ତି। ତେବେ କେମିତି ଓ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।

ବେଣୁଧରଙ୍କୁ ୩ ଦିନ ହେବ ଜ୍ୱର ହୋଇଥିଲା କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା  ପୁତୁରା ସଞ୍ଜୟ ଜେନା ଅଭିଯୋଗ କରିଛନ୍ତି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story