ଭୁବନେଶ୍ୱରରୁ ଅପହୃତ ନାବାଳିକା କେନ୍ଦୁଝରରୁ ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ବଡ଼ଗଡ଼ ଅଞ୍ଚଳରୁ ଅପହୃତ ନାବାଳିକା (୧୩ ବର୍ଷ)କୁ ୪ ଦିନ ପରେ କେନ୍ଦୁଝରରୁ କମିଶନରେଟ୍ ପୋଲିସ୍ ଉଦ୍ଧାର କରିଛି। ଏଥିସହ ଅପହରଣକାରୀ ଦମ୍ପତିଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ବିଶ୍ୱରଂଜନ ମହାରଣା ଓ ତାଙ୍କ ସ୍ତ୍ରୀ ରଶ୍ମିତା। କେନ୍ଦୁଝରର ଅଟପୁର ଅଞ୍ଚଳରୁ ପୋଲିସ୍ ସେମାନଙ୍କୁ ଗିରଫ କରିଛି। ନାବାଳିକାଟିକୁ ବେଙ୍ଗଲୁରୁ ନେଇ ଯିବା ଲାଗି ସେମାନେ ଯୋଜନା କରିଥିଲେ ବୋଲି ପୋଲିସ୍‌ ଆଗରେ କହିଛନ୍ତି। ଟଙ୍କା ପାଇଁ ଏହି ଦମ୍ପତ୍ତି ନାବାଳିକାଟିକୁ ବେଙ୍ଗଲୁରୁ […]

kidnap

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 02:28 PM IST

[caption id="attachment_68290" align="alignleft" width="300"] ଗିରଫ ଦୁଇ ଅଭିଯୁକ୍ତ[/caption]

ଭୁବନେଶ୍ୱର: ବଡ଼ଗଡ଼ ଅଞ୍ଚଳରୁ ଅପହୃତ ନାବାଳିକା (୧୩ ବର୍ଷ)କୁ ୪ ଦିନ ପରେ କେନ୍ଦୁଝରରୁ କମିଶନରେଟ୍ ପୋଲିସ୍ ଉଦ୍ଧାର କରିଛି। ଏଥିସହ ଅପହରଣକାରୀ ଦମ୍ପତିଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ବିଶ୍ୱରଂଜନ ମହାରଣା ଓ ତାଙ୍କ ସ୍ତ୍ରୀ ରଶ୍ମିତା। କେନ୍ଦୁଝରର ଅଟପୁର ଅଞ୍ଚଳରୁ ପୋଲିସ୍ ସେମାନଙ୍କୁ ଗିରଫ କରିଛି। ନାବାଳିକାଟିକୁ ବେଙ୍ଗଲୁରୁ ନେଇ ଯିବା ଲାଗି ସେମାନେ ଯୋଜନା କରିଥିଲେ ବୋଲି ପୋଲିସ୍‌ ଆଗରେ କହିଛନ୍ତି। ଟଙ୍କା ପାଇଁ ଏହି ଦମ୍ପତ୍ତି ନାବାଳିକାଟିକୁ ବେଙ୍ଗଲୁରୁ ଚାଲାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ଥିଲେ ବୋଲି ପୋଲିସ୍ କହିଛି।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ନାବାଳିକାଟିକୁ କେନ୍ଦୁଝରର ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଯେଉଁ ଦମ୍ପତ୍ତି ତାକୁ ନେଇ କି ଯାଇଥିଲେ ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ଛୁଆଟିକୁ ଅପହରଣ କରିଛନ୍ତି ବୋଲି ପ୍ରମାଣିତ ହେଉଛି।

ଗିରଫ ଅଭିଯୁକ୍ତ ଦମ୍ପତ୍ତିଙ୍କ ନିକଟରୁ ଏକ ଡାଏରୀ ମିଳିଛି। ୫ ଲକ୍ଷ ମିଳିଲେ ସ୍ତ୍ରୀ ପାଇଁ ଡାଇମଣ୍ଡ୍ ନେକ୍‌ଲେସ୍ କିଣି ଦେବା କଥା ଏଥିରେ ଉଲ୍ଲେଖ ରହିଛି। ନାବାଳିକା ଅପହରଣ ସହ ଏହାର ଲିଙ୍କ୍ ରହିଥିବା ପୋଲିସ୍ ଜାଣିବାକୁ ପାଇଛି। ଅଭିଯୁକ୍ତ ଦଂପତ୍ତି ସହିଦ ନଗର ଅଞ୍ଚଳରେ ଏକ ଷ୍ଟୁଡିଓରେ ନାବାଳିକାଟିର ଫଟୋ ଉଠାଇଥିଲେ। ପରେ କେନ୍ଦୁଝର ନେଇ ଏକ ଲଜ୍‌ରେ ତାକୁ ରଖିଥିଲେ। ଜଣେ ସଂପର୍କୀୟଙ୍କ ଘରେ ମଧ୍ୟ ତାକୁ ୩ ଦିନ ରଖିଥିଲେ। ତେବେ ପାଖରେ ଟଙ୍କା ନ ଥିବାରୁ ବେଙ୍ଗଲୁରୁ ନେବା ଯୋଜନାକୁ କାର୍ଯ୍ୟକାରୀ କରି ପାରି ନ ଥିଲେ। ଝିଅଟି ଉଦ୍ଧାର ପାଇବା ପରେ ଓ ଏହି ଦମ୍ପତ୍ତି ଗିରଫ ହେବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହି ଦଂପତ୍ତି କ’ଣ ପ୍ରଥମ ଥର ପାଇଁ ଏଭଳି ଅପହରଣ କରିଥିଲେ ନା ଆଗରୁ ବି ଏଭଳି ବେଆଇନ କାମରେ ଲିପ୍ତ ଅଛନ୍ତି? ଏହି ଅପହରଣ ପଛରେ ଆଉ କେହି ସଂପୃକ୍ତ ନାହାନ୍ତି ତ? ଏ ସବୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ୍।

ଭୁବନେଶ୍ୱର ଡିସିପି କହିଛନ୍ତି, ଏହି ଘଟଣାରେ ଅନ୍ୟ କାହାରି ସଂପୃକ୍ତି ନେଇ କୌଣସି ସୂଚନା ନାହିଁ। ଏବେ କେବଳ ଏହି ଦମ୍ପତ୍ତି ହିଁ ସଂପୃକ୍ତ ଥିବା ଜଣାପଡ଼ିଛି। ନାବଳିକା ସହିତ ଅନ୍ୟମାନଙ୍କୁ କରାଯାଇଥିବା ପଚରାଚରାରୁ ଏହା ଜଣାପଡ଼ିଛି। ତେବେ ଏହି ଘଟଣାରେ ଅନ୍ୟମାନଙ୍କର ସଂପୃକ୍ତି ନେଇ ଯଦି କୌଣସି ତଥ୍ୟ ମିଳିବ ତା’ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତକାଲି ନାବାଳିକାର ବାପା, ମା’ ଓ ସମ୍ପର୍କୀୟମାନେ ସେମାନଙ୍କ ଝିଅକୁ ଶୀଘ୍ର ଉଦ୍ଧାର କରିବା ପାଇଁ ପୋଲିସ୍ କମିଶନରଙ୍କୁ ଭେଟି ଦାବି କରିଥିଲେ। ଅପହରଣକାରୀଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସର ଦୁଇଟି ଟିମ୍ କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଗତ ୮ ତାରିଖରେ ଏହି ଭଡ଼ାଟିଆ ଦମ୍ପତି ଘର ମାଲିକଙ୍କ ନାବାଳିକା ଝିଅକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା।

Related story