ବିଧାନସଭା ମୌସୁମୀ ଅଧିବେଶନ: ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହକାର୍ଯ୍ୟ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ। ପ୍ରଥମ ସପ୍ତାହରେ ବିଧାନସଭା ଠିକ୍ ଭାବେ ଚାଲି ପାରି ନ ଥିବା ବେଳେ  ଆଜିଠାରୁ ଗୃହ କାର୍ଯ୍ୟ ସ୍ୱାଭାବିକ ହେବା ଆଶା କରାଯାଉଛି। ଶନିବାର ଗୃହ ପରିଚାଳନା ନେଇ ହୋଇଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆଜି ଗୃହରେ ସାରଥି ପ୍ରସଙ୍ଗରେ ମୁଲତବି ଆଲୋଚନା ହୋଇପାରେ। ପୂର୍ବରୁ ଏନେଇ ବିରୋଧୀ ଦଳ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। ବାଚସ୍ପତି ଏହାକୁ ଅନୁମୋଦନ କରିଥିଲେ। […]

assembly4

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 02:16 AM IST

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ। ପ୍ରଥମ ସପ୍ତାହରେ ବିଧାନସଭା ଠିକ୍ ଭାବେ ଚାଲି ପାରି ନ ଥିବା ବେଳେ  ଆଜିଠାରୁ ଗୃହ କାର୍ଯ୍ୟ ସ୍ୱାଭାବିକ ହେବା ଆଶା କରାଯାଉଛି। ଶନିବାର ଗୃହ ପରିଚାଳନା ନେଇ ହୋଇଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆଜି ଗୃହରେ ସାରଥି ପ୍ରସଙ୍ଗରେ ମୁଲତବି ଆଲୋଚନା ହୋଇପାରେ। ପୂର୍ବରୁ ଏନେଇ ବିରୋଧୀ ଦଳ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। ବାଚସ୍ପତି ଏହାକୁ ଅନୁମୋଦନ କରିଥିଲେ। ହେଲେ ପ୍ରକାଶ ମିଶ୍ର ପ୍ରସଙ୍ଗରେ ହୋ-ହାଲ୍ଲ ହେବାରୁ ଆଲୋଚନା ହୋଇପାରି ନ ଥିଲା। ବିରୋଧୀ ଦଳ ଏନେଇ ସରକାରଙ୍କୁ ଘେରି ପାରନ୍ତି। ଏହାଛଡ଼ା ଶନିବାର ଜମି ହଡ଼ପକାରୀଙ୍କ ବେଆଇନ୍ କାର୍ଯ୍ୟକଳାପରେ ଲଗାମ ଲଗାଇବାକୁ ଓଡ଼ିଶା ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ୍ ବିଲ୍ ବା ଓଡ଼ିଶା ଭୂମି ହଡ଼ପ ନିବାରଣ ବିଧେୟକ ଉପରେ ଆଲୋଚନା ହୋଇଥିଲା। ତେବେ ଏଥିରେ ଅନେକ ସଂଶୋଧନର ଆବଶ୍ୟକତା ଥିବା ବିରୋଧୀ ଦଳ ଦାବି କରିଥିଲେ। ଆଜି ବିରୋଧୀ ଦଳ ଅପରାହ୍ନରେ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି ।

Related story