ବିଧାନସଭାରେ ଧାନକିଣା ତାତି: ଅବ୍ୟବସ୍ଥା ଅଭିଯୋଗ ଆଣିଲେ ବିରୋଧୀ କଂଗ୍ରେସ

ଭୁବନେଶ୍ୱର: ଧାନକିଣା ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା। ଆଲୋଚନା ବେଳେ ଧାନକିଣା ନେଇ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। ବିରୋଧୀ ଦଳ ପକ୍ଷରୁ କୁହାଯାଇଛି, ମରୁଡି ବର୍ଷରେ ଧାନ କିଣା ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା ହୋଇଛି । ଅଣ ଜଳସେଚିତ ଅଞ୍ଚଳରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇ ନାହିଁ। ଯେଉଁ ସ୍ଥାନରେ ମଣ୍ଡି ଖୋଲିଛି ସେଠାରେ ଚାଷୀଙ୍କୁ ଧାନ ବିକ୍ରି ପରେ ବହୁ ବିଳମ୍ୱରେ […]

narasinghamishra

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 03:45 PM IST

ଭୁବନେଶ୍ୱର: ଧାନକିଣା ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା। ଆଲୋଚନା ବେଳେ ଧାନକିଣା ନେଇ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। ବିରୋଧୀ ଦଳ ପକ୍ଷରୁ କୁହାଯାଇଛି, ମରୁଡି ବର୍ଷରେ ଧାନ କିଣା ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା ହୋଇଛି । ଅଣ ଜଳସେଚିତ ଅଞ୍ଚଳରେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇ ନାହିଁ। ଯେଉଁ ସ୍ଥାନରେ ମଣ୍ଡି ଖୋଲିଛି ସେଠାରେ ଚାଷୀଙ୍କୁ ଧାନ ବିକ୍ରି ପରେ ବହୁ ବିଳମ୍ୱରେ ପ୍ରାପ୍ୟ ମିଳୁଛି। ଧାନ ବସ୍ତା କିଣାରେ ବ୍ୟାପକ ଦୁର୍ନିତୀ ହୋଇଛି। କେତେ ସେଣ୍ଟରରେ ଧାନ କିଣା ଚାଲିଛି ଓ କେତୋଟି ସୋସାଇଟିରେ ଧାନର ମାନ ନିର୍ଦ୍ଧାରଣ ଲାଗି ବ୍ୟବସ୍ଥା ହୋଇଛି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଥିଲେ।

ତାରା ବାହିନୀପତି କହିଛନ୍ତି, ଚାଷୀ ମଣ୍ଡିକୁ ଧାନ ଆଣୁଛନ୍ତି। ସେଠାରୁ ମିଲକୁ ନେଉଛନ୍ତି। ଏଥିପାଇଁ ହେଉଥିବା ଖର୍ଚ୍ଚ ଚାଷୀ ନିଜେ ବହନ କରୁଛନ୍ତି। ରାଜ୍ୟ ସରକାର ଏହି ଅର୍ଥ ସହ ଅଖା ଯୋଗାଇ ଦେବା କଥା। ଚାଷୀଙ୍କ ଅଖାରେ ଧାନ ମିଲକୁ ଯାଉଛି। ସରକାର ଅଖା ଦେଉନାହାନ୍ତି କି ଅଖା ବାବଦକୁ ଅର୍ଥ ମଧ୍ୟ ଦେଉନାହାନ୍ତି। ଅଖା ଓ ବ୍ୟାଙ୍କ ଜରିଆରେ କୋଟ କୋଟି ଟଙ୍କା ହରିଲୁଟ କରାଯାଉଛି। ଏହା ଚାଷୀଙ୍କ ପ୍ରତି ଅତ୍ୟାଚାର। ଏହାର କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍ସ ତଦନ୍ତ କରାଯିବାକୁ ଦଳ ଦାବି କରୁଥିବା ସେ କହିଛନ୍ତି।

ଆଲୋଚନାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, ରାଜ୍ୟର ଚାଷୀଙ୍କଠାରୁ ସମସ୍ତ ବିକ୍ରି ଯୋଗ୍ୟ ଧାନ ସଂଗ୍ରହ ଓ ଅବିଳମ୍ୱେ ପ୍ରାପ୍ୟ ପ୍ରଦାନ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ସୂଚାରୁ ରୂପରେ ଚାଲିଛି। ଧାନ ବିକ୍ରିର ଅବ୍ୟବସ୍ଥା ନେଇ କୌଣସି ଅଭିଯୋଗ ଆସିନାହିଁ । ଧାନ ବିକ୍ରି କରିବାରେ ଚାଷୀମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଓ ଠିକଣା ସମୟରେ ଉଚିତ ପ୍ରାପ୍ୟ ପାଆନ୍ତି ସେଥିଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲାସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରୀ ଦାସବର୍ମା ଆହୁରି କହିଛନ୍ତି, ୪୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲାଗି ସରକାର ବ୍ୟବସ୍ଥା କରିଛନ୍ତି। ଡି-ସେଣ୍ଟ୍ରାଲାଇଜ ପ୍ରୋକ୍ରରମେଣ୍ଟ ବ୍ୟବସ୍ଥା ଆରମ୍ଭ ହେବା ପରେ ଓଡ଼ିଶାର ଚାଷୀଙ୍କଠାରୁ ହାରାହାର ୭ କୋଟି ଟଙ୍କାର ଧାନ କ୍ରୟ କରାଯାଉଛି। ଏହା ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରୁଛି। ଗତବର୍ଷ ୬୦ ଓ ଚଳିତବର୍ଷ ୧୦୦ ବ୍ଲକରେ ପ୍ରି-ପାସ୍ ଜରିଆରେ ସରକାର ଧାନ ସଂଗ୍ରହ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୯୦ ପ୍ରତିଶତ ଧାନ ଏହି ୧୬୦ ବ୍ଲକରୁ ସଂଗ୍ରହ କରାଯାଉଛି। ଆସନ୍ତା ଦିନରେ ରାଜ୍ୟର ସବୁ ବ୍ଲକକୁ ସମ୍ପ୍ରସାରଣ କରାଯିବାକୁ ବ୍ୟବସ୍ଥା କରାଯାଉଛି। ୩ ଡିସେମ୍ୱର ସୁଦ୍ଧା ୬ଟି ଜିଲ୍ଲାରେ ୯୮ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି।

Related story